Below header

ଧୋକା ଦେବା ଅଭିଯୋଗ ଉପରେ ସନା ଖାନ୍‌ଙ୍କ ପୂର୍ବତନ ପ୍ରେମିକ ଦେଲେ କଡ଼ା ଜବାବ, ଶେୟାର କରିଦେଲେ ଫୋନ୍‌ ରେକର୍ଡିଂ

ବଲିଉଡ୍‌ ଅଭିନେତ୍ରୀ ସନା ଖାନ୍‌ ଓ କୋରିଓଗ୍ରାଫର ମେଲଭିନ୍‌ ଲୁଇସ୍‌ଙ୍କ ମଧ୍ୟରେ ନିକଟରେ ବ୍ରେକ୍‌ଅପ ହୋଇଯାଇଛି। ବ୍ରେକ୍‌ଅପ ପରେ ସନା ଲୁଇସ୍‌ଙ୍କ ବିରୋଧରେ ଖୁଲମଖୁଲା ଧୋକା ଦେବାର ଅଭିଯୋଗ ଲଗାଇଛନ୍ତି। କିନ୍ତୁ ଏବେ ମେଲଭିନ୍‌ ଦୁଇଜଣଙ୍କ ଭିତରେ ହୋଇଥିବା କଥାବାର୍ତ୍ତାର ରେକର୍ଡିଂକୁ ସୋସିଆଲ ମିଡିଆରେ ଶେୟାର କରି ହଙ୍ଗାମା କରିଛନ୍ତି। ଏଥିରେ ସନା କହୁଛନ୍ତି, ‘ମେଲଭିନ୍‌ଙ୍କ ଛବି ଖରାପ କରିବା ତାଙ୍କର ପ୍ଲାନ୍‌ ଥିଲା’।

b2

ଫୋନ୍‌ ରେକର୍ଡିଂରେ ସନାଙ୍କ ଭଏସ୍‌ରେ ଶୁଣିବାକୁ ମିଳୁଛି, ‘ମୋତେ ଆପଣଙ୍କୁ ଅପମାନିତ କରିବାକୁ ପଡ଼ିଲା, କଥା ଏହା ଥିଲା କି, ମୁଁ ସାର୍ବଜନିକ ସ୍ତରରେ ଖୁସି ଅନୁଭବ କରିବାକୁ ଚାହୁଁଥିଲି’। ଏହା ଉପରେ ମେଲଭିନ୍‌ କହୁଛନ୍ତି, ‘ମୋର ପୂରା ବିଶ୍ୱାସ ଥିଲା ଯେ ଏହା ତୁମର ପ୍ଲାନ୍‌’। ଉତ୍ତରରେ ସନା କହୁଛନ୍ତି, ‘ହଁ, ଏହା ମୋର ପ୍ଲାନ୍‌ ଥିଲା’।

ଏହି ଫୋନ୍‌ ରେକର୍ଡିଂକୁ ଶେୟାର କରି ମେଲଭିନ୍‌ ରାଗ ଏବଂ ଭାବପୂର୍ଣ୍ଣ କ୍ୟାପ୍‌ସନ ମଧ୍ୟ ଲେଖିଥିଲେ। ସେ ଲେଖିଥିଲେ ଯେ ‘ତୁମେ ମୋର ମଜାକ୍‌ ଉଡ଼ାଇଲ, ତୁମେ ମୋ ଜାତି ଓ ସ୍କିନ୍‌ କଲର୍‌ ଉପରେ ମଜାକ୍‌ ଉଡ଼ାଇଲ, ତୁମେ ମୋ ପରିବାରର ମଜାକ୍‌ ଉଡ଼ାଇଲ, ଭୁଲ୍‌ ଅଭିଯୋଗ ଲଗାଇ ମୋ ପସନ୍ଦର ଲୋକମାନଙ୍କର ମଜାକ୍‌ ଉଡ଼ାଇଲ। ତୁମେ ନିଜର ସାଧୁପଣ ଦେଖାଇବାକୁ ଚେଷ୍ଟା କଲ, ଏବେ ଆଶା କରୁଛି, ତୁମେ ସାର୍ବଜନିକ ସ୍ତରରେ ବଢ଼ିଆ ଅନୁଭବ କରୁଥିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.