ସ୍ବପ୍ନା ଚୌଧୁରୀଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁ

ଲୋକପ୍ରିୟ ଗାାୟିକା ଓ ଡ୍ୟାନ୍ସର ସ୍ବପ୍ନା ଚୌଧୁରୀଙ୍କ ବିପକ୍ଷରେ ମୁରୁଦାବାଦ ଅଦାଲତରେ ମାମଲା ରୁଜୁ କରାଯାଇଛି। ଗତ ମଙ୍ଗଳବାର ଦିନ ରେଲୱେ ଷ୍ଟାଡିୟମରେ ଆୟୋଜିତ କରାଯାଇଥିବା ‘ହରିୟାଣୱି ନାଇଟ୍’ କାର୍ଯ୍ୟକ୍ରମରେ ଦର୍ଶକମାନେ ଏକତ୍ରିତ ହୋଇ ଉତ୍ତେଜନା କରିଥିଲେ, ଯେଉଁକାରଣରୁ ସେହି କାର୍ଯ୍ୟକ୍ରମକୁ ମଝିରେ ରୋକିବାକୁ ପଡ଼ିଥିଲା। ସ୍ବପ୍ନା ଏବଂ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ରାତି ୧୦.୩୦ ମିନିଟ ପର୍ଯ୍ୟନ୍ତ ଡିଜେ ବଜାଇ ଅଶୀଳ୍ଳ ଡ୍ୟାନ୍ସ କରିବାକୁ ନେଇ ମାମଲା ରୁଜୁ କରାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୃଷି ଏବଂ ଔଦୋଗିକ ପ୍ରଦର୍ଶନୀରେ ହରିୟାଣୀୱି ନାଇଟ୍ ସୋ’ ରେ ସ୍ବପ୍ନା ଚୌଧୁରୀଙ୍କୁ ଡ୍ୟାନ୍ସ କରିବା ପାଇଁ ଡକାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.