ସାରାଙ୍କର ସ୍ୱାସ୍ଥ୍ୟ ହେଲା ଅସୁସ୍ଥ! କାର୍ତ୍ତିକ ଉଠାଇନେଲେ କୋଳରେ, ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଏବଂ କାର୍ତ୍ତିକ ଆର୍ୟନ ଏହି ଦିନରେ ନିଜର ଅପକମିଙ୍ଗ୍‌ ଫିଲ୍ମ ‘ଲଭ ଆଜକଲ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ୧୪ଫ୍ରେବୁୟାରୀ ଭାଲେନଟାଇନ୍ସ ଡେରେ ରିଲିଜ୍‌ ହେବାକୁ ଥିବା ‘ଲଭ୍‌ ଆଜକଲ୍‌’ କାର୍ତ୍ତିକ ଏବଂ ସାରା ପ୍ରଥମ ଥର ବଡ ପରଦାରେ ଏକା ସାଥିରେ ନଜର ଆସିଥିଲେ। ନିକଟରେ କାର୍ତ୍ତକ ଏବଂ ସାରାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କାର୍ତ୍ତିକ, ସାରାଙ୍କୁ ନିଜର କୋଳରେ ଉଠାଇ ନେଉଥିବା ଦେଖିବାକୁ ମିଳିଛି। ସେହିପରି ଆକ୍ଟର କହୁଛନ୍ତି ଯେ ସାରାଙ୍କ ଦେହ ଭଲ ନାହିଁ।


ସାରା ଏବଂ କାର୍ତ୍ତିକଙ୍କର ଏହି ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ତାଙ୍କ ଫ୍ୟାନ୍‌ କ୍ଲବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଦୁହିଁଙ୍କର ଏହି ରୋମାଣ୍ଟିକ୍‌ ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍ସ ଅନେକ ପ୍ରତିକ୍ରୀୟା ଦେଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୁହିଁଙ୍କ ମଧ୍ୟରେ ଅଫେୟାର ଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.