ରାତି ୩ଟାରେ ଗୁଗୁଲରେ କଣ ସର୍ଚ୍ଚ କରୁଥିଲେ ସାରା , ନିଜେ କଲେ ଖୁଲାସା

ମୁମ୍ବାଇ: ବଲିଉଡ଼ରେ ଡେବ୍ୟୁ ପୂର୍ବରୁ ହିଁ ଦର୍ଶକଙ୍କ ମନପସନ୍ଦ ହୋଇସାରିଥିଲେ ସାରା ଅଲ୍ଲି ଖାନ। ମାତ୍ର ଦୁଇଟି ଫିଲ୍ମରେ ନିଜ ଅଭିନୟର ଜଲୱା ଦେଖାଇବା ସହ ଲୋକଙ୍କ ମନରେ ରାଜ୍ କରୁଛନ୍ତି ସେ। ତେବେ ସାରାଙ୍କୁ ଖାଲି ଦର୍ଶକ ନୁହଁ ମିଡିଆ ମଧ୍ୟ ଖୁବ ପସନ୍ଦ କରେ। ତାଙ୍କର ଇଣ୍ଟରଭ୍ୟୁ ଦେବା ଅନ୍ଦାଜ ସମସ୍ତଙ୍କୁ ଖୁବ ଭଲ ଲାଗିଥାଏ। ନିକଟରେ ଭୋଗ ମ୍ୟାଗାଜିନ୍ ପାଇଁ ଏକ ଇଣ୍ଟରଭ୍ୟୁ ଦେଉଥିବା ସମୟରେ ସାରା ତାଙ୍କ ବିଷୟରେ କିଛି ଅଜଣା କଥାର ଖୁଲାସା କରିଥିଲେ। ସେଠାରେ ତାଙ୍କୁ ପଚରାଯାଇଥିଲା, ସେ ଶେଷ ଥର ପାଇଁ ଗୁଗୁଲରେ କଣ ସର୍ଚ୍ଚ କରିଥିଲେ। ଯାହାର ସେ ଖୁବ ଶାନଦାର ଉତ୍ତର ଦେଇଥିଲା।

sara

ସାରା କହିଥିଲେ ,ଶେଷ ଥର ପାଇଁ ସେ ରାତି ୩ଟାରେ ମନୋରୀ (ମୁମ୍ବାଇର ଏକ ସ୍ଥାନ)ର ରାସ୍ତା ଜାଣିବା ପାଇଁ ଗୁଗୁଲ ମ୍ୟାପରେ ସର୍ଚ୍ଚ କରୁଥିଲେ। ଉତ୍ତରରେ ତାଙ୍କୁ ତାହା ୧.୫ ଘଣ୍ଟା ଦୂର ଥିବା ଜଣାପଡିଥିଲା। ଯାହାପରେ ସେ ଡରି ଯାଇଥିଲେ। ସବୁ ଇଣ୍ଟରଭ୍ୟୁକୁ ଖୁବ ସରଳ ଏବଂ ରୋଚକ ଭାବେ ସାମ୍ନା କରୁଥିବା ସାରା ଏହାକୁ ମଧ୍ୟ ଖୁବ ଭଲ ଭାବେ ସାମ୍ନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.