ଏହି ତିନି ଷ୍ଟାରଙ୍କୁ ନେଇ ହୋଇପାରେ ଧୂମ୍‌-୪, ଟାଇଗର୍‌-୩ ଏବଂ ଓ୍ଵାର-୨ ର ଘୋଷଣା

ଆସନ୍ତା ୨୦୨୦ରେ ୟସ୍‌ ରାଜ ଫିଲ୍ମକୁ ୫୦ ବର୍ଷ ପୂରଣ ହୋଇଯିବ। ୧୯୭୦ ମସିହାରେ ଏହି ବ୍ୟାନର ସ୍ଥାପନା ହେବା ସହ ଭାରତର ବଡ ଏବଂ ପ୍ରତିଷ୍ଠିତ ବ୍ୟାନର୍ସ ମଧ୍ୟରୁ ସ୍ୱତନ୍ତ୍ର। ୟଶ ଚୋପ୍ରା ଏବଂ ତାଙ୍କ ପୁତ୍ର ଆଦିତ୍ୟ ଚୋପ୍ରା ମିଶି ଅନେକ ସୁପରହିଟ୍‌ ଫିଲ୍ମ ଏହି ବ୍ୟାନରରେ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁଯାୟୀ ୫୦ ବର୍ଷ ପୂରଣ ହେବା ସହ ଅନେକ ବଡ ବଡ ଫିଲ୍ମର ଘୋଷଣା ମଧ୍ୟ ହୋଇପାରେ। ବଲିଉଡର ଦିଗ୍ଗଜ ଷ୍ଟାର୍ସ ଏହି ବ୍ୟାନରରେ ଫିଲ୍ମ କରିବାର ମଧ୍ୟ ନଜର ଆସିଛନ୍ତି।

ସୂଚନା ମୁତାବକ ନିଜର ଲୋକପ୍ରିୟ ଫ୍ରେଚାଇଜ୍‌ର ପରବର୍ତ୍ତୀ ଭାଗ ପାଇଁ ବ୍ୟାନର ତିଆରି କରିବାର ଘୋଷଣା ହୋଇପାରେ। ବଲିଉଡର ଏକ ସୂଚନା ଅନୁଯାୟୀ ସଲମାନ ଖାନ୍‌ ଙ୍କୁ ନେଇ ଟାଇଗର ସିରିଜ୍‌ର ତୃତୀୟ ପାର୍ଟ ପ୍ରସ୍ତୁତ କରାଯିବ। ଏହା ପୂର୍ବରୁ ଦୁଇଟି ଭାଗ ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହେ’ ବ୍ଲକବଷ୍ଟର ହୋଇଥିଲା।

dhoom

ଏହାସହ ପଢନ୍ତୁ: ସନ୍ନି ଲିଓନିଙ୍କୁ ନିଆରା ଅନ୍ଦାଜ୍ ରେ ଡେଟ୍ ରେ ନେଲେ ଏହି ଯୁବକ, ଯାହାର ଟିକ୍ ଟକ୍ ଭିଡିଓ ହେଲା ଭାଇରାଲ

ଧୂମ୍‌ ସିରିଜ୍‌ ର ତିନଟି ଭାଗ ସଫଳ ହେବା ସହ ଶାହାରୁଖ୍‌ ଖାନ୍‌ଙ୍କୁ ନେଇ ଧୂମ୍‌ ୪ ଫିଲ୍ମ ହେବାର ଘୋଷଣା କରାଯାଇପାରେ। ସେହିପରି ଏହି ବ୍ୟାନରର ପୂର୍ବ ରିଲିଜ୍‌ ‘ଓ୍ଵାର’ ୨୦୧୯ରେ ସର୍ବାଧିକ କଲେକ୍ସନ କରିଥିଲା। ସୂଚନା ଅନୁଯାୟୀ ଫିଲ୍ମର ପରବର୍ତ୍ତୀ ପାର୍ଟ ହ୍ରିତ୍ୱିକ ରୋସନଙ୍କୁ ନେଇ ଘୋଷଣା ହୋଇପାରେ। ଏହା ବ୍ୟତୀତ ବଲିଉଡର ଅନ୍ୟ ଷ୍ଟାରମାନଙ୍କୁ ନେଇ ମଧ୍ୟ ଅନେକ ବଡ ଫିଲ୍ମ ପ୍ରସ୍ତୁତ କରିବାର ଯୋଜନା ରହିଛି। କିନ୍ତୁ ଏହି ସମ୍ପର୍କରେ ୟଶରାଜ୍‌ ଫିଲ୍ମ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଜାରି ହୋଇନଥିଲେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.