ଗୁରୁ ରନ୍ଧାଓ୍ଵାଙ୍କ ସହିତ ଦିଓ୍ଵାଲୀ ପାର୍ଟି ସେଲିବ୍ରେସନ କଲେ ଶେହନାଜ, ଫ୍ୟାନ୍ସ କହିଲେ ଭଲ ଜମିବ ଯୋଡି

ବିଗବସ୍ ହାଉସରୁ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ଶେହନାଜ ଗିଲ୍। ଏହି ଲୋକପ୍ରିୟତା ତାଙ୍କୁ ଦେଇଥିଲା ଭାଇଜାନଙ୍କ ସହିତ ଫିଲ୍ମ ଅଫର। ସଲମାନ ଖାନଙ୍କ ସହିତ ଫିଲ୍ମରେ ନଜର ଆସିବେ ଶେହନାଜ। ନିକଟରେ ଶେହନାଜଙ୍କର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଦିଓ୍ଵାଲୀ ସେଲିବ୍ରେସନ କରୁଛନ୍ତି ଶେହନାଜ। ତା’ ପୁଣି ସେକ୍ସି ଲେହେଙ୍ଗାରେ । ଆଉ ଏହି ଲୁକରେ ବୋଲ୍ଡ ଅବତାରରେ ନଜର ଆସିଛନ୍ତି। ଯେଉଁଥିରେ ସେ ଲେହେଙ୍ଗା ଏବଂ ସ୍କର୍ଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆଉ ଗୁରୁ ରନ୍ଧାଓ୍ଵା ସହିତ ଏହି ଭିଡିଓରେ ନଜର ଆସିଛନ୍ତି। ଯାହାକୁ ଗୁରୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।
ଭାଇରଲ୍ ଭାୟାନି ଏହି ଭିଡିଓକୁ ଅଫିସିଆଲ୍ ଇନଷ୍ଟା ପେଜ୍ରେ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଶେହନାଜ ଏବଂ ଗୁରୁ ପରସ୍ପରର ହାତ ଧରି ରୋମାଣ୍ଟିକ୍ ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରି ମଧ୍ୟ ଦେଖାଯାଉଛି। ଭାଇରଲ ହେଉଥିବା ଏହି ଭିଡିଓ ଦିୱାଲୀ ପାର୍ଟିର ବୋଲି ଜଣାପଡିଛି। ପ୍ରଶଂସକମାନେ ଏହି ଭିଡିଓରେ ଖୁବ୍ କମେଣ୍ଟ ଦେବା ସହ ସେୟାର କରୁଛନ୍ତି।
View this post on Instagram
ଶେହନାଜ ଏବଂ ଗୁରୁ ରନ୍ଧୱାଙ୍କର ଏହି ଭିଡିଓ ଉପରେ କମେଣ୍ଟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ‘ଯେତେବେଳେ ଦୁଇ ପଞ୍ଜାବୀ ଏକାଠି ହୁଅନ୍ତି, ସେତେବେଳେ ଧମାଲ ହୁଏ’। ଆଉ ଜଣେ ଲେଖିଛନ୍ତି, ‘ଶେହନାଜ ଏବଂ ଗୁରୁ ଏକାଠି ସୁନ୍ଦର ଦେଖାଯାଉଛନ୍ତି। ଯଦି କେମେଷ୍ଟ୍ରି ଦେଖାଇବ ତ ଏମିତି। ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି ।
ଆଉ ଜଣେ କହିଛନ୍ତି, ଓ୍ଵାହା, ବହୁତ ସାରା ଭଲପାଇବା।
View this post on Instagram
ସୂଚନାଯୋଗ୍ୟ, ବିଗବସ୍ ୧୩ରୁ ଦେଶରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ଶେହନାଜ। ସ୍ୱର୍ଗତ ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ବେଶ୍ ପସନ୍ଦ କରୁଥିଲେ। ଫ୍ୟାନ୍ସ ଦୁହିଁଙ୍କୁ ‘ସିଦ୍ଦନାଜ’ ବୋଲି ଡାକୁଥିଲେ। କିନ୍ତୁ ଗତବର୍ଷ ସେପ୍ଟେମ୍ବରରେ ସିଦ୍ଧାର୍ଥ ଶୁକ୍ଲାଙ୍କର ମୃତ୍ୟୁ ହୋଇଥିଲା। ତା’ ପରେ ସିଦ୍ଧାର୍ଥଙ୍କ ମୃତ୍ୟୁରେ ଶେହନାଜ ଏକ ଗୀତ ମଧ୍ୟ ଟ୍ରିବ୍ୟୁଟ୍ କରିଥିଲେ।
ସେହିପରି ଗୁରୁ ମଧ୍ୟ ନୋରାଙ୍କ ସହିତ ସଂପର୍କରେ ରହିଥିବା ନେଇ ଚର୍ଚ୍ଚା ଚାଲିଥିଲା। ଦୁହିଁଙ୍କର ମ୍ୟୁଜିକ ଭିଡିଓକୁ ନେଇ ଫ୍ୟାନ୍ସ ଏମିତି ଆକଳନ କରୁଥିଲେ। ତେବେ ଏବେ ଗୁରୁ ଏବଂ ଶେହନାଜଙ୍କ ଯୋଡିକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି।
Also Read : ‘ଦ୍ରିଶ୍ୟମ ୨’ ଦେଖିବା ପାଇଁ ଜବରଦସ୍ତ ଅଫର, ୨୫ ପ୍ରତିଶତ କମ୍ ଦାମରେ ମିଳୁଛି ଟିକେଟ