ଚର୍ଚ୍ଚାରେ ବ୍ରେକ ଲଗାଇଲେ ସିଦ୍ଧାର୍ଥ ଏବଂ କିଆରା, ଇଦ୍‌ ପାର୍ଟିରେ ଏକାଠି ଆସିଲେ ନଜର

ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ୍‌ ଏବଂ ଆୟୁଷ ଶର୍ମାକ ଇଦ୍‌ ପାର୍ଟିରେ ମନୋରଂଜନ ଜଗତରେ ବଡ ସେଲିବ୍ରିଟିକୁ ଦେଖିବାକୁ ମିଳିଥିଲା। ପାର୍ଟିରେ ଅନେକ ସେଲିବ୍ରିଟିଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିଆରା ଏବଂ ସିଦ୍ଧାର୍ଥ। ଏବେ ଦୁହିଁଙ୍କ ବ୍ରେକଅପ୍‌ ଖବର ଚର୍ଚ୍ଚାରେ ରହିଥିବା ବେଳେ ଇଦ୍‌ ପାର୍ଟିରେ କିନ୍ତୁ ଦୁହିଁଙ୍କର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଆଉ ଦୁହେଁ ଲୋକ ଚର୍ଚ୍ଚା କରୁଥିବା ଗୁଜବ ଉପରେ ମଧ୍ୟ ଫୁଲଷ୍ଟପ୍‌ ଲଗାଇଛନ୍ତି। ବ୍ରେକଅପ୍‌ ଖବର ପରେ ଦୁହେଁ ପ୍ରଥମ ଥର ଏକାଠି ନଜର ଆସିଥିଲେ।

 

ଅର୍ପିତାଙ୍କ ଇଦ୍‌ ପାର୍ଟିରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ  ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଫ୍ଲାଟରେ ପହଞ୍ଚିଥିଲେ। ଏହାରି ଭିତରେ ସେ ଫଟୋଗ୍ରାଫରଙ୍କ ସାମ୍ନାରେ କିଆରା ପୋଜ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା ।  ଠିକ୍ ସେହି ସମୟରେ ଯେତେବେଳେ ସିଦ୍ଧାର୍ଥ ପ୍ରବେଶ କଲେ । କିଆରା ଆଡଭାନୀ ସିଦ୍ଧାର୍ଥଙ୍କୁ ହାଏ କରିଥିଲେ । ପରେ ଦୁହେଁ ଏକାଠି ମିଶି କି ପାର୍ଟି ଭିତରକୁ ଚାଲି ଯାଇଥିଲେ। କିଆରା ଧଳା ରଙ୍ଗର ଟପ ଏବଂ ପ୍ଲାଜୋ ପିନ୍ଧିଥିବାବେଳେ ସିଦ୍ଧାର୍ଥ କଳା କୁର୍ତ୍ତାରେ ନଜର ଆସିଥିଲେ ।

ଯେତେବେଳେ ଫଟୋଗ୍ରାଫରମାନେ ଉଭୟଙ୍କୁ ଏକାଠି ପୋଜ୍ କରିବାକୁ କହିଥିଲେ, ସେ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ। ବର୍ତ୍ତମାନ ଦୁହିଁଙ୍କର ଏହି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆର ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଖୁବ୍ ଖୁସି ହୋଇ ଯାଇଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

କିଆରା ଏବଂ ସିଦ୍ଧାର୍ଥ ଉଭୟ ୩ ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରୁଥିଲେ । ଶେରଶାହର ସେଟରେ କିଆରା ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପ୍ରଶଂସକ ତାଙ୍କର ଯୋଡ଼ିଙ୍କୁ ସ୍କ୍ରିନ୍ ଓ ରିୟଲ ଲାଇଫରେ ପସନ୍ଦ କରୁଥିଲେ। ତାଙ୍କର ବ୍ରେକ୍ଅପ୍ ହେବା ଖବରରେ ପ୍ରଶଂସକ ବି ଦୁଃଖିତ ହୋଇଥିଲେ ।

ସୂଚନାଯୋଗ୍ୟ, ସିଦ୍ଧାର୍ଥ ରୋହିତ ସେଟ୍ଟୀଙ୍କ େଓ୍ଵବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ ନଜର ଆସିବେ। ଏହି ସିରିଜ ଆମାଜନ ପ୍ରାଇମରେ ରିଲିଜ ହେବ। ଏହାଛଡା ସିଦ୍ଧାର୍ଥ ‘ଯୋଦ୍ଧା, ମିଶନ ମଜନୁ, ଥ୍ୟାଙ୍କ ଗଡ’ ରେ ଦେଖିବାକୁ ମିଳିବେ। ଫିଲ୍ମ ‘ଭୁଲ୍‌ ଭୁଲୈୟା’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଲିଡ ରୋଲରେ ନଜର ଆସିବେ କିଆରା। ଗତଥର ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ମଞ୍ଜୁଲିକା ଭୂମିକାରେ ବିଦ୍ୟା ବାଲାନ ନଜର ଆସିଥିଲେ। କିନ୍ତୁ ଏଥର ମଞ୍ଜୁଲିକା ଭୂମିକାରେ କିଆରା ନଜର ଆସିବେ। ଏହାଛଡା କିଆରା ‘ଗୋବିନ୍ଦା ମେରା ନାମ’, ଜୁଗ୍‌ ଜୁଗ୍‌ ଜିୟୋ’ରେ ରାମଚରଣଙ୍କ ସହିତ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.