ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ଓ ସାନ ଭାଇର ଫଟୋ

ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଗୋଟିଏ ପରେ ଗୋଟିଏ ଅନେକ ଫଟୋ ରଖାଯାଇଛି, ଯେଉଁଥିରେ ବଲକୌର ସିଂ ଏବଂ ନବଜାତ ଶିଶୁଙ୍କ ବ୍ୟତୀତ ସିଦ୍ଧୁ ମୁସେଓ୍ଵାଲାଙ୍କ ଫଟୋ ଦେଖିବାକୁ ମିଳିଛି । ଏପରି ଭାବେ ଟାଇମ୍ସ ସ୍କୋୟାରରୁ ଜଣେ ବ୍ୟକ୍ତି ସିଦ୍ଧୁ ଏବଂ ତାଙ୍କ ନବଜାତ ଭାଇଙ୍କ ଏହି ଭିଡିଓ ସେୟାର କରିଛନ୍ତି ।

ପଞ୍ଜାବୀ ଦିବଙ୍ଗତ ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ଓ ମା’ ଅନେକ ଦିନ ଧରି ହେଡଲାଇନରେ ରହିଛନ୍ତି । ନିକଟରେ ତାଙ୍କ ଘରେ ଖୁସିର ମାହୋଲ ରହିଛି । କାରଣ ତାଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି । ସିଦ୍ଧୁଙ୍କ ମା’ ଚରଣ କୌର ୫୮ ବର୍ଷ ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ଏହି ପରିସ୍ଥିତିରେ ସେମାନଙ୍କ ସାମ୍ନାକୁ ଅନେକ ଚ୍ୟାଲେଞ୍ଜ ଆସିଛି । ଏହି ଚ୍ୟାଲେଞ୍ଜଗୁଡ଼ିକ ବିଷୟରେ ଜାଣବା ପୂର୍ବରୁ, ଆସନ୍ତୁ ଏନେଇ ଆସିଥିବା କିଛି ବିଶେଷ କଥା ଜାଣିବା, ଯେପରି ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ଓ ମା’ ଇତିହାସ ସୃଷ୍ଟି କରିଛନ୍ତି । ତେବେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ବଲକୌର ସିଂ ଏବଂ ସାନ ପୁଅର ଏକ ଫଟୋ ଦେଖିବାକୁ ମିଳିଛି ।

ବଲକୌର ସିଂ ଏବଂ ତାଙ୍କ ସ୍ତ୍ରୀ ଚରଣ କୌର ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ମାର୍ଚ୍ଚ ୧୭ ରେ ସ୍ୱାଗତ କରିଥିଲେ, ପ୍ରାୟ ଦୁଇ ବର୍ଷ ହେବ ଏକମାତ୍ର ପୁଅ ସିଦ୍ଧୁ ମୁସେଓ୍ଵାଲାଙ୍କୁ ହରାଇଥିଲେ । ତେବେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଗୋଟିଏ ପରେ ଗୋଟିଏ ଅନେକ ଫଟୋ ରଖାଯାଇଛି, ଯେଉଁଥିରେ ବଲକୌର ସିଂ ଏବଂ ନବଜାତ ଶିଶୁଙ୍କ ବ୍ୟତୀତ ସିଦ୍ଧୁ ମୁସେଓ୍ଵାଲାଙ୍କ ଫଟୋ ଦେଖିବାକୁ ମିଳିଛି । ଏପରି ଭାବେ ଟାଇମ୍ସ ସ୍କୋୟାରରୁ ଜଣେ ବ୍ୟକ୍ତି ସିଦ୍ଧୁ ଏବଂ ତାଙ୍କ ନବଜାତ ଭାଇଙ୍କ ଏହି ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ସିଦ୍ଧୁ ମୁସେଓ୍ଵାଲାଙ୍କ ପାଇଁ ବଡ ମୁହୂର୍ତ୍ତ, ନ୍ୟୁୟର୍କର ଟାଇମ୍ ସ୍କୋୟାରରେ ତାଙ୍କ ପିତା ଏବଂ ନବଜାତ ଶିଶୁର ଫଟୋ ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ludhianaliveରେ ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ନିକଟରେ ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ବଲକୌର ସିଂ ଏକ ଭିଡିଓ ଜାରି କରି କହିଛନ୍ତି ଯେ ପଞ୍ଜାବ ସରକାର ତାଙ୍କୁ ନବଜାତ ଶିଶୁଙ୍କ ବିଷୟରେ ଅନେକ ପ୍ରଶ୍ନ ପଚାରୁଛନ୍ତି । ସେ ଦାବି କରିଛନ୍ତି ଯେ ଭାଗବତ ମନଙ୍କ ନେତୃତ୍ୱରେ ପଞ୍ଜାବ ସରକାର ଶିଶୁର ଜନ୍ମକୁ ନେଇ ବହୁତ ପ୍ରଶ୍ନ କରିଛନ୍ତି । କିଛି ନିଦ ପୂର୍ବରୁ ସେ ଏକ ଭିଡିଓରେ କହିଥିଲେ, ‘ସେ ମୋତେ ଶିଶୁର ଡକ୍ୟୁମେଣ୍ଟ୍ ଦେବା ପାଇଁ କହିଥିଲେ । ତେବେ ଏପରି ଅନେକ କଥା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସିଦ୍ଧୁଙ୍କ ବାପା ନିଜର ମତ ଦେଇଥିଲେ । ଏହା ସହ ଏଥିପାଇଁ କିଛି ସମୟ ମଧ୍ୟ ମାଗିଥିଲେ । ଯାହା ଫଳରେ ସେ ପିଲାର ସମସ୍ତ ଡକ୍ୟୁମେଣ୍ଟ୍ ସରକାରଙ୍କ ପାଖରେ ଦାଖଳ କରିପାରିବେ ।

ସୂଚନା ମୁତାବକ, ମୁସେଓ୍ଵାଲାଙ୍କ ମା ଆଇଭିଏଫ୍ ଟେକ୍ନିକ୍ ଜରିଆରେ ନିଜ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ୨୮ ବର୍ଷିୟ ସିଦ୍ଧୁ ମୁସେଓ୍ଵାଲାଙ୍କୁ ମେ ୨୯, ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା । ଏହା ସହ ଏହି ପଞ୍ଜାବୀ ଗାୟକଙ୍କୁ ବହୁତ ପାଖରୁ ଗୁଳି କରାଯାଇଥିଲା । ତେବେ ଆକ୍ରମଣକାରୀମାନେ ମୁସେଓ୍ଵାଲାଙ୍କ ଉପରେ ୩୦ ରୁ ଅଧିକ ରାଉଣ୍ଡରେ ଗୁଳି କରାଯାଇଥିଲା ।

 

View this post on Instagram

 

A post shared by Ludhiana Live (@ludhianalive)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.