କଳିଯୁଗର ଶ୍ରବଣ କୁମାର, ଜଙ୍ଘ ଚର୍ମରୁ ଚପଲ ପ୍ରସ୍ତୁତ କରି ମା’କୁ ଉପହାର ଦେଲେ ପୁଅ

ମହାକାଳ ନଗରୀରେ ରହୁଥିବା ଜଣେ ଯୁବକ ଏମିତି କିଛି ଭିନ୍ନ କାମ କରିଥିବାରୁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଏ ଯୁବକ ଦିନେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା କିନ୍ତୁ ରାମାୟଣ ପଢ଼ିବା ପରେ ତାଙ୍କ ଜୀବନରେ ସବୁକିଛି ବଦଳି ଯାଇଛି ।

ମା’ ଓ ସନ୍ତାନର ସମ୍ପର୍କ ସବୁବେଳେ ଭିନ୍ନ ଥାଏ । ମା’ ନିଜ ସନ୍ତାନ ପାଇଁ ଯେମିତି ଦୁଃଖ କଷ୍ଟ ସହେ, ସେପରି କଷ୍ଟ ସହିବାର ଶକ୍ତି କାହା ପାଖରେ ବି ନଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସନ୍ତାନମାନେ ନିଜ ବାପା ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି । ତାଙ୍କୁ ବେସାହାରା କରି ଦେଉଛନ୍ତି । କିନ୍ତୁ ଏହି ଘୋର କଳିଯୁଗରେ ଆଜି ବି ଶ୍ରବଣ କୁମାର ଭଳି ଜଣେ ପୁଅ ଅଛି, ଯିଏ ନିଜ ମା’ ବାପାଙ୍କୁ ଏମିତି ଭଲ ପାଉଛି ଯେ ନିଜ ଦେହର ଚର୍ମରୁ ମା’ ପାଇଁ ଚପଲ ପ୍ରସ୍ତୁତ କରିବାକୁ ପଛାଇ ନାହିଁ । କଥା ଟା ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏମିତି କିଛି ସତରେ ହୋଇଛି ।

ଏଭଳି ମାମଲା ମଧ୍ୟପ୍ରଦେଶର ଉଜ୍ଜୈନ ଅଞ୍ଚଳରୁ ସାମ୍ନାକୁ ଆସିଛି । ମହାକାଳ ନଗରୀରେ ରହୁଥିବା ଜଣେ ଯୁବକ ଏମିତି କିଛି ଭିନ୍ନ କାମ କରିଥିବାରୁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଏ ଯୁବକ ଦିନେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଥିଲା କିନ୍ତୁ ରାମାୟଣ ପଢ଼ିବା ପରେ ତାଙ୍କ ଜୀବନରେ ସବୁକିଛି ବଦଳି ଯାଇଛି । ଯିଏ ସବୁବେଳେ ଅପରାଧ ଦୁନିଆରେ ବୁଡ଼ି ରହୁଥିଲା ସେ ଆଜି ନିଜକୁ ସମ୍ପୂର୍ଣ୍ଣ ମାତ୍ରାରେ ବଦଳାଇ ଦେଇଛି ଏନେଇ ତାଙ୍କୁ କଳିଯୁଗର ଶ୍ରବଣ କୁମାର କୁହାଯାଉଛି ।

ଉଜ୍ଜୈନ ସହରରେ ରହୁଥିବା ଯୁବକଙ୍କ ନାଁ ହେଉଛି ରୌନକ ଗୁଜର । ରୌନକଙ୍କ ନାମରେ ଅନେକ ମାମଲା ରହିଛି । କିନ୍ତୁ ନିୟମିତ ଭାବେ ରାମାୟଣ ପଢ଼ିବା ପରେ ସେ ଧାର୍ମିକ ଗତିବିଧିକୁ ଆପଣାଇଥିଲେ । ରାମାୟଣ ପଢ଼ିବା ପରେ ନିଜ ମା’ଙ୍କ ପାଇଁ କିଛି ଭିନ୍ନ କରିବାକୁ ଚାହିଁଥିଲେ ରୌନକ । ରାମାୟଣରେ ଲେଖାଯାଇଥିବା ପ୍ରତ୍ୟେକ କଥା ତାଙ୍କୁ ମା’ଙ୍କ ସେବା କରିବା ପାଇଁ ପ୍ରବର୍ତ୍ତାଇଥିଲା । ତେଣୁ ସେ ତାଙ୍କ ଜଙ୍ଘ ଚର୍ମରେ ନିଜ ମା’ଙ୍କ ପାଇଁ ଚପଲ ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ନେଇ ତାଙ୍କୁ ଉପହାର ଦେଇଥିଲେ ।

ଖାସ କଥା ହେଉଛି ଏହି ଚପଲ ପ୍ରସ୍ତୁତ କରିବା ପାଇଁ ସେ ରବର କିମ୍ବା ଅନ୍ୟ କୌଣସି ଜୀବର ଚମଡ଼ାକୁ ବ୍ୟବହାର କରିନାହାନ୍ତି । କେବଳ ନିଜ ଜଙ୍ଘର ଚର୍ମରେ ହିଁ ଏହି ଚପଲଟି ପ୍ରସ୍ତୁତ କରାଯାଇଛି । ହସ୍ପିଟାଲରେ ଚୁପଚାପ ଯାଇ ସର୍ଜରୀ କରିଥିଲେ ରୌନକ । ଏ ବିଷୟରେ ଘର ଲୋକଙ୍କୁ ବି କିଛି ଖବର ନଥିଲା । ଏହା ପରେ ଜଙ୍ଘର ଚର୍ମକୁ ନେଇ ମୋଚି ପାଖରେ ପହଞ୍ଚିଥିଲେ ରୌନକ । ପରେ ମୋଚି ଅତି ଭିନ୍ନ ଶୈଳୀରେ ଏହି ଚପଲକୁ ପ୍ରସ୍ତୁତ କରିଥିଲା ।

ସୂଚନା ଥାଉ କି ୧୪ରୁ ୨୧ ମାର୍ଚ୍ଚ ମଧ୍ୟରେ ରୌନକ ନିଜ ଘର ପାଖରେ ଭାଗବତ କଥା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ଧାର୍ମିକ ଆୟୋଜନ ମଧ୍ୟରେ ସେ ନିଜ ମା’ଙ୍କୁ ଚମଡ଼ାରେ ପ୍ରସ୍ତୁତ ହୋଇଥିବା ଏହି ଚପଲକୁ ଉପହାର ସ୍ୱରୂପ ଦେଇଥିଲେ । ଏଭଳି ଚପଲ ଦେଖିବା ପରେ ରୌନକଙ୍କ ମା’ ଭାବବିହ୍ଵଳ ହୋଇପଡ଼ିଥିଲେ । ଉଭୟ ମା’ ଓ ପୁଅ କାନ୍ଦିବାକୁ ଲାଗିଥିଲେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରୌନକଙ୍କ ମା’ଙ୍କ ଆଖିରୁ କେବଳ ଧାର ଧାର ଲୁହ ବୋହି ଯାଉଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.