ବିସ୍କୁଟରେ କାହିଁକି କଣା ଥାଏ? ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକ କାରଣ

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ କିଛି ବିସ୍କୁଟରେ ଅନେକ କଣା ରହିଥାଏ । ତଥାପି, କିଛି କିଛି ବିସ୍କୁଟରେ କଣା ନଥାଏ । କିନ୍ତୁ, କ'ଣ ଆପଣ ଜାଣନ୍ତି କି କିଛି ବିସ୍କୁଟରେ କାହିଁକି କଣା ଥାଏ ?

ଯଦି ଆପଣଙ୍କ ଘରକୁ କୌଣସି ଅତିଥି ଆସନ୍ତି, ତେବେ ଚା’ ସହିତ ଜଳଖିଆରେ ବିସ୍କୁଟ ରହିବା ଜରୁରୀ । ଏଥି ସହିତ, ଅଧିକାଂଶ ଘରେ ସକାଳେ କିମ୍ବା ସନ୍ଧ୍ୟାରେ ଚା’ ସହିତ ବିସ୍କୁଟ ଖାଇଥା’ନ୍ତି । ବିସ୍କୁଟ, ସମସ୍ତଙ୍କ ପାଇଁ ଏହା ଏକ ନିତିଦିନିଆ ଖାଦ୍ୟ । ପାଖରେ କିଛି ନଥିଲେ ବି ଯଦି ବିସ୍କୁଟ ଅଛି ତେବେ ଆଉ କିଛି ନହେଲେ ଚଳିବ । ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ କିଛି ବିସ୍କୁଟରେ ଅନେକ କଣା ରହିଥାଏ । ତଥାପି, କିଛି କିଛି ବିସ୍କୁଟରେ କଣା ନଥାଏ । କିନ୍ତୁ, କ’ଣ ଆପଣ ଜାଣନ୍ତି କି କିଛି ବିସ୍କୁଟରେ କାହିଁକି କଣା ଥାଏ ?

କିନ୍ତୁ ଏବେ ଆମ କଥା ଶୁଣି ଆପଣ ନିଶ୍ଚୟ ଭାବୁଥିବେ ସତରେ କାହିଁକି ବିସ୍କୁଟ ଭିତରେ ଏତେ କଣା ଅଛି । ଏହି କଣାଗୁଡ଼ିକ କେବଳ ଏକ ଭିନ୍ନ ଡିଜାଇନ୍ ପାଇଁ ତିଆରି ହୋଇଛି କି ସେମାନଙ୍କ ପଛରେ କୌଣସି ବୈଜ୍ଞାନିକ କାରଣ ରହିଛି? ତେବେ ଆସନ୍ତୁ ଜାଣିବା ଏହି ମଜାଦାର କଥାର ରହସ୍ୟ ବିଷୟରେ । ଅଧିକାଂଶ ଲୋକ ଭାବନ୍ତି ଯେ ବିସ୍କୁଟରେ ଏକ ଭିନ୍ନ ଡିଜାଇନ୍ ଦେବା ପାଇଁ ଏମିତି କଣା କରାଯାଇଥାଏ । କିନ୍ତୁ ଏଭଳି ଏହା ଆଦୌ ନୁହେଁ । ତେବେ ବିସ୍କୁଟରେ ଥିବା ଏହି କଣାଗୁଡ଼ିକୁ ଡାକର୍ସ କୁହାଯାଏ ଏବଂ ଏହି କଣାଗୁଡିକ ବିସ୍କୁଟରେ ପବନ ପାସ୍ କରିବା ପାଇଁ ତିଆରି କରାଯାଇଥାଏ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହିସବୁ ବିସ୍କୁଟ ଦେଇ ପବନ ପାସ କରିବା କାହିଁକି ଜରୁରୀ?

ଆପଣଙ୍କୁ କହି ରଖୁଛୁ, ବିସ୍କୁଟରେ କଣା ଥିବାର କାରଣ ବେକିଂ ସହ ଜଡିତ ହୋଇଥାଏ । ପ୍ରକୃତ କଥା ହେଉଛି ବିସ୍କୁଟରେ କଣା କରିବା ଏହାର ମ୍ୟାନୁଫ୍ୟାକ୍ଚରିଙ୍ଗର ଏକ ବଡ ଜରୁରୀ କଥା । ଏହା ପଛରେ ବି ସାଇନ୍ସ ରହିଛି । ବାସ୍ତବରେ, ବେକିଂ ସମୟରେ, ବିସ୍କୁଟ୍‌ରେ ଥିବା କଣା ଦେଇ ପବନ ସହଜରେ ପାସ୍ କରିପାରିଥାଏ । ଯଦି ବିସ୍କୁଟରେ କଣା ନଥାନ୍ତା, ତେବେ ବେକିଂ ସମୟରେ ଏଥିରେ କିଛି ପବନ ରହିଯିବ । ଏହି କାରଣରୁ ବିସ୍କୁଟର ଆକାର ମଧ୍ୟ ନଷ୍ଟ ହୋଇଯାଇପାରେ । ଏହା ଅଧିକ ଫୁଲିଯିବ ନଚେତ ଫାଟିଯିବ । ସେଥିପାଇଁ ପବନକୁ ବାହାର କରିବା ପାଇଁ ବିସ୍କୁଟରେ କଣା କରାଯାଇଥାଏ ।

ତେବେ ଆସନ୍ତୁ ଜାଣିବା ବିସ୍କୁଟ କିପରି ତିଆରି ହୁଏ । ବେକରମାନେ ମଇଦା, ଚିନି ଏବଂ ଲୁଣକୁ ଭଲରେ ଚକଟି ବିସ୍କୁଟ ତିଆରି ପାଇଁ ପ୍ରସ୍ତୁତ କରନ୍ତି । ଏହା ପରେ ଏହାକୁ ଛାଞ୍ଚରେ ପକାଯାଇ ଏକ ମେସିନ୍ ତଳେ ରଖାଯାଏ । ଫ୍ୟାକ୍ଟ୍ରି ଗୁଡିକରେ ଏତେ ସବୁ ହାଇଟେକ ମସିନ ରହିଛି କି ବିସ୍କୁଟରେ ସମାନ ଦୂରରେ କଣା ହୋଇପାରେ । ସେଥିପାଇଁ ଲୋକମାନେ ଭାବିଥାନ୍ତି ଯେ ଏଗୁଡ଼ିକ କେବଳ ଏକ ଭିନ୍ନ ଡିଜାଇନ୍ ପାଇଁ ତିଆରି କରାଯାଇଛି । ଏହି କଣା ଯୋଗୁଁ ବିସ୍କୁଟଗୁଡିକ ସମାନ ଭାବରେ ଚାରିଆଡେ ଫୁଲିଥାଏ ଓ ଭଲଭାବେ ବେକ୍ ହୋଇଥାଏ ।

ବିସ୍କୁଟରେ ଅନେକଗୁଡିଏ କଣା କାରଣରୁ ଅଧିକାଂଶ ବିସ୍କୁଟ ବହୁତ କ୍ରିସ୍ପୀ ହୋଇଥାଏ ଏବଂ କ୍ରଞ୍ଚୀ ମଧ୍ୟ ହୋଇଯାଏ । କେବଳ ଯେ ବିସ୍କୁଟ୍‌ରୁ ପବନ ବାହାରିବା ପାଇଁ ଏହିସବୁ କଣା କରାଯାଏ ତାହା ନୁହେଁ, ଏହା ସହିତ ବେକ୍ ହେବା ପରେ ଏଥିରୁ ସହଜରେ ହିଟ୍ ମଧ୍ୟ ବାହାରିଯାଇଥାଏ, ଫଳରେ ବିସ୍କୁଟ ଜଳିନଥାଏ । ଯଦି ଏହି କଣାଗୁଡିକ ନଥାନ୍ତା ତେବେ ବିସ୍କୁଟରୁ ହିଟ୍ ବାହାରକୁ ବାହାରିପାରନ୍ତା ନାହିଁ ଏବଂ ସେଗୁଡିକ ମଝିରୁ ଭାଙ୍ଗି ଯାଆନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.