ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ଭର୍ତ୍ତୃହରି, ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା

ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ । ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଛାଡିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ । ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଛାଡିଛନ୍ତି । କଟକର ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟନାୟକଙ୍କ ନିକଟକୁ ପଠାଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି  । ତାଙ୍କର ଇସ୍ତଫା ସମ୍ପର୍କରେ ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କଟକରୁ ସାଂସଦ ଅଛନ୍ତି ଭର୍ତ୍ତୃହରି । ୧୯୯୮ରୁ ଲଗାତାର କଟକ ଲୋକସଭାରୁ ଜିତି ଆସିଛନ୍ତି । ୬ ଥର ସାଂସଦ ଥିଲେ ଭର୍ତ୍ତୃହରି । ଚଳିତ ନିର୍ବାଚନରେ ବିଜେଡି କଟକରେ ନୂଆ ଚେହେରା ସନ୍ଧାନରେ ରହିଛି । ଟିକେଟ ମିଳିବା ସମ୍ଭାବନା ନଥିବାରୁ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେଇଥିବା କୁହାଯାଉଛି ।

ଗତ ନିର୍ବାଚନରେ କେବଳ ଭର୍ତ୍ତୃହରି ଓ ପିନାକୀ ମିଶ୍ରଙ୍କୁ ରିପିଟ୍ କରିଥିଲା ବିଜେଡି । ବାକି ସମସ୍ତେ ନୂଆ ଚେହେରା ଥିଲେ । ଚନ୍ଦ୍ରଶେଖର ସାହୁ ପୂର୍ବରୁ କଂଗ୍ରେସ ଟିକେଟରେ ସାଂସଦ ହୋଇଥିବା ବେଳେ ୨୦୧୯ରେ ବିଜେଡିରୁ ଜିତିଥିଲେ । ଭର୍ତ୍ତୃହରି ବିଜେଡି ଛାଡିଥିବାରୁ ତାଙ୍କ ସ୍ଥାନରେ ବିଜେଡି କଟକରୁ କାହାକୁ ଲୋକସଭା ପ୍ରାର୍ଥୀ କରିବ ? ରେସରେ ଆଗରେ ଅଛନ୍ତି ସନ୍ତୃପ୍ତ ମିଶ୍ର, ସୁବାସ ସିଂ ପ୍ରମୁଖ ।

BHARTRUHARI

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.