ସାପ ବିଷ ମାମଲାରେ ଏଲ୍‌ଭିଶ ଯାଦବଙ୍କୁ ଜାମିନ୍‌, ଜେଲ୍‌ରେ କାଟିଲେ ୫ ଦିନ

ପ୍ରସିଦ୍ଧ ୟୁଟ୍ୟୁବର ତଥା ବିଗ୍‌ବସ୍‌ ଓଟିଟି ୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ଜାମିନ୍‌ । ସାପ ବିଷ ମାମଲାରେ ତାଙ୍କୁ ଜାମିନ୍‌ ମିଳିଛି ।

ପ୍ରସିଦ୍ଧ ୟୁଟ୍ୟୁବର ତଥା ବିଗ୍‌ବସ୍‌ ଓଟିଟି ୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ଜାମିନ୍‌ । ସାପ ବିଷ ମାମଲାରେ ତାଙ୍କୁ ଜାମିନ୍‌ ମିଳିଛି । ଏଲ୍‌ଭିଶ ସାପ ଏବଂ ସାପ ବିଷ କିଣାବିକା ମାମଲାରେ ଫସିଛନ୍ତି । ଶୁକ୍ରବାର ତାଙ୍କ ଜାମିନ୍‌ ଆବେଦନ ଉପରେ ଏନ୍‌ଡିପିଏସ୍‌ର ନିମ୍ନ ଅଦାଲତରେ ଶୁଣାଣି ହୋଇଥିଲା । କୋର୍ଟ ଏଲ୍‌ଭିଶଙ୍କୁ ୫୦-୫୦ ହଜାରର ବେଲ୍‌ ବଣ୍ଡରେ ଜାମିନ୍‌ ପ୍ରଦାନ କରିଛନ୍ତି ।

୫ ଦିନ ବକ୍ସର ଜେଲ୍‌ରେ କାଟିବା ପରେ ଏଲ୍‌ଭିଶ ଯାଦବ ଏବେ ଘରକୁ ଫେରିବେ । ସୂଚନାଯୋଗ୍ୟ, ଏଲ୍‌ଭିଶଙ୍କୁ କୋବ୍ରା କାଣ୍ଡ ମାମଲାରେ ମାର୍ଚ୍ଚ ୧୭ରେ ନୋଏଡା ପୋଲିସ ଗିରଫ କରିଥିଲା । ଅଭିଯୋଗ ରହିଛି କି, ୟୁଟ୍ୟୁବର ରେଭ୍‌ ପାର୍ଟିମାନଙ୍କରେ ସାପ ଏବଂ ସାପ ବିଷ ସପ୍ଲାଇ କରୁଥିଲେ । ଏହା ବ୍ୟତୀତ ତାଙ୍କ ଉପରେ ଡ୍ରଗ୍ସ ଫାଇନାନ୍ସର ମଧ୍ୟ ଅଭିଯୋଗ ଲାଗିଥିଲା ।

ପୋଲିସ ଏଲ୍‌ଭିଶଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲା । ଆଦେଶ ଅନୁସାରେ, ତାଙ୍କୁ ୧୪ ଦନିିଆ ନ୍ୟାୟିକ ହେପାଜତରେ ପଠାଯାଇଥିଲା । ଖବର ରହିଛି କି, ପୋଲିସ ପଚରାଉଚରାରେ ଏଲ୍‌ଭିଶ ସ୍ୱୀକାର କରିଥିଲେ ଯେ ସେ ସାପ ବିଷ ସପ୍ଲାଇ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.