ମୁମ୍ବାଇ-ଗୋରଖପୁର ଗୋଦାନ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ, ଧୁ ଧୁ ଜଳିଲା ବଗି

ପୁଣି ଟ୍ରେନ୍‌ରେ ଅଗ୍ନିକାଣ୍ଡ । ମୁମ୍ବାଇରୁ ଗୋରଖପୁର ଯାଉଥିବା ଗୋଦାନ ଏକ୍ସପ୍ରେସ୍‌ରେ ନିଆଁ ଲାଗିଛି ।

ପୁଣି ଟ୍ରେନ୍‌ରେ ଅଗ୍ନିକାଣ୍ଡ । ମୁମ୍ବାଇରୁ ଗୋରଖପୁର ଯାଉଥିବା ଗୋଦାନ ଏକ୍ସପ୍ରେସ୍‌ରେ ନିଆଁ ଲାଗିଛି । ଟ୍ରେନ୍‌ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ରର ନାସିକ୍‌ ରୋଡ୍‌ ଷ୍ଟେସନ ନିକଟରେ ପହଞ୍ଚିଥିଲା । ଏହି ସମୟରେ ହଠାତ୍‌ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା ।

କୁହାଯାଉଛି ଯେ ଗୋଦାନ ଏକ୍ସପ୍ରେସ୍‌ (ମୁମ୍ବାଇ ଏଲ୍‌ଟିଟି-ଗୋରଖପୁର)ର ଶେଷ ଲଗେଜ୍‌ ବଗିରେ ଅଚାନକ୍‌ ନିଆଁ ଲାଗିଥିଲା । ଖବର ମିଳିବା କ୍ଷଣି ତୁରନ୍ତ ଟ୍ରେନ୍‌ର ବାକି ବଗିଗୁଡ଼ିକୁ ଲଗେଜ୍‌ କମ୍ପାର୍ଟମେଣ୍ଟରୁ ଅଲଗା କରି ଦିଆଯାଇଥିଲା । ଅପରାହ୍ନ ପ୍ରାୟ ୩ଟାରେ ଏହି ଘଟଣା ଘଟିଥିଲା ।

ସେପଟେ ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବାର କିଛି ଖବର ନାହିଁ । ଟ୍ରେନ୍‌ରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଯାତ୍ରୀମାନେ ଏଣେତେଣେ ଦୌଡ଼ାଦୌଡ଼ି କରୁଥିବାର ଦେଖାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ବର୍ତ୍ତମାନ ନିଆଁକୁ କାବୁ କରି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.