ହୋଲି ଖେଳିବା ପରେ ଏହି ୨ଟି ଜିନିଷରେ ଫେସ୍‌ ପ୍ୟାକ୍‌ କରି ଲଗାନ୍ତୁ, ସ୍କିନ୍‌ରେ ହେବ ନାହିଁ କୌଣସି ପ୍ରକାରର ସମସ୍ୟା

ଯଦି ଆପଣ ହୋଲି ଖେଳିବା ପରେ ଏହି ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହା ସହ ହୋଲି ଖେଳିବା ପରେ ଆପଣ ଏହି ଫେସ୍ ପ୍ୟାକ୍‌କୁ ନିଜ ସ୍କିନ୍‌ରେ ଲଗାଇ ପାରିବେ । ଯାହା ଫଳରେ ଆପଣଙ୍କ ସ୍କିନ୍‌ର ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣ ଆରାମ ପାଇବେ ।

ପ୍ରାୟତଃ ହୋଲି ଖେଳିବା ପରେ ଲୋକମାନଙ୍କର ସ୍କିନ୍‌ରେ କୁଣ୍ଡେଇ ହେବା, ଜଳିବା ଏବଂ ଦାଗରେ ପଡିବା ଭଳି ଅନେକ ସମସ୍ୟାରେ ଦେଖାଦେଇଥାଏ । ଏପରି ହେବାର କାରଣ ହେଉଛି ରଙ୍ଗରେ ମିଶୁଥିବା କେମିକାଲ । ସେଥିପାଇଁ ଆପଣଙ୍କୁ କେବଳ ଧ୍ୟାନ ଦେବାକୁ ପଡିବ ଯେ ଯଦି ଏପରି କିଛି ଲକ୍ଷଣ ଦେଖାଯାଉଛି, ତାହେଲେ ଆପଣ ତୁରନ୍ତ ଏଥିପାଇଁ କିଛି ପଦକ୍ଷେପ ନିଅନ୍ତୁ । ଯାହା ଫଳରେ ଆପଣଙ୍କ ସ୍କିନ୍‌ରେ ଏପରି କିଛି ସମସ୍ୟା ହେବ ନାହିଁ । ତେବେ ଯଦି ଏପରି କିଛି ସମସ୍ୟା ହେଉଛି, ତାହେଲେ ଆପଣ ଏଥିରୁ ଆରାମ ପାଇପାରିବେ । ହୋଲିର କଲର ଯୋଗୁ ସ୍କିନ୍‌ରେ ରେଡ୍‌ନେସ୍‌, କୁଣ୍ଡେଇ ହେବା, ପୋଡିବା ଏବଂ ଦାଗ ହେବା ଭଳି ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ସ୍କିନ୍‌ ଡ୍ରାଏ ମଧ୍ୟ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ହୋଲି ପରେ ଏହି ସବୁ ସମସ୍ୟାରେ ହେଉଥିଲେ କ’ଣ କରିବା ଉଚିତ ।
ହୋଲି ଖେଳିବା ପରେ ଏହି ୨ ଟି ପତ୍ରର ଫେସ୍‌ ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ ।

ଯଦି ଆପଣ ହୋଲି ଖେଳିବା ପରେ ମୁହଁରେ ବ୍ରଣ, ଦାଗ ଏବଂ ଜଳିବା ଭଳି ଅନୁଭବ କରୁଛନ୍ତି , ତାହେଲେ ଆପଣ ଏହି ଘରୋଇ ଉପଚାର ଟ୍ରାଏ କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଆଲୋଭେରା ଏବଂ ତୁଳସୀ ପତ୍ର ନେଇ ଏହାର ଏକ ପ୍ୟାକ୍ ତିଆରି କରି ଏହାକୁ ଲଗାଇବାକୁ ପଡିବ ।

ଏହାକୁ ଲାଗାଇବା ପାଇଁ ପ୍ରଥମେ ଆପଣ ଆଲୋଭେରାରୁ ଜେଲ୍ ବାହାର କରନ୍ତୁ । ଏହା ପରେ ଏଥିରେ ତୁଳସୀ ପତ୍ର ମିଶାଇ ଗ୍ରାଇଣ୍ଡ୍ କରନ୍ତୁ । ଏହା ସହ ଏଥିରେ ଦହି ମଧ୍ୟ ମିଶାଇ ପାରିବେ । ଆପଣ ଚାହିଁଲେ ସେଥିରେ ଅଳ୍ପ ବାଦାମ ତେଲ ମଧ୍ୟ ମିଶାଇ ପାରିବେ । ଏହାପରେ ଏହି ଫେସ୍ ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ ଏବଂ କିଛି ସମୟ ଛାଡିଦିଅନ୍ତୁ । ତେବେ ପ୍ରାୟ ୧୦ ମିନିଟ୍ ପରେ, ଥଣ୍ଡା କପଡ଼ାରେ ମୁହଁ ପୋଛି ଦିଅନ୍ତୁ ଏବଂ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

ଏହା ପରେ ମଧ୍ୟ ଯଦି ଆପଣଙ୍କର ଚେହେରା କୁଣ୍ଡେଇ ହେଉଛି, ତେବେ ଏକ କପଡ଼ାରେ ବରଫ ନେଇ ଲଗାନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଆରାମ ଦେବା ପାଇଁ କାର୍ଯ୍ୟ କରିବ । ଆପଣ ତ ଜାଣିଥିବେ ଯେ ଆଲୋଭେରା ଏକ ମଶ୍ଚରାଇଜର ହୋଇଥିବାବେଳେ ଦହି ଚର୍ମକୁ ହାଇଡ୍ରେଟ୍ କରିଥାଏ । ଏହା ସହ ତୁଳସୀ ଏକ ଆଣ୍ଟିବ୍ୟାକ୍ଟେରିଆଲ୍ ଯାହା ଆଲର୍ଜିକୁ କମ୍‌ କରିଥାଏ । ଏହା ବ୍ୟତୀତ ଏହି ୩ଟି ଜିନିଷ ହୋଲି ପରେ ହେଉଥିବା ହେଉଥିବା ସ୍କିନ୍‌ର ସମସ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

ତେବେ ଯଦି ଆପଣ ହୋଲି ଖେଳିବା ପରେ ଏହି ସ୍କିନ୍‌ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଲଗାନ୍ତୁ । ଏହା ସହ ହୋଲି ଖେଳିବା ପରେ ଆପଣ ଏହି ଫେସ୍ ପ୍ୟାକ୍‌କୁ ନିଜ ସ୍କିନ୍‌ରେ ଲଗାଇ ପାରିବେ । ଯାହା ଫଳରେ ଆପଣଙ୍କ ସ୍କିନ୍‌ର ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣ ଆରାମ ପାଇବେ । ଆପଣ ଏହାକୁ ଅନ୍ୟ ଦିନରେ ମଧ୍ୟ ବ୍ୟବହାର କରିପାରିବେ । ଯାହା ଫଳରେ ଆପଣଙ୍କ ସ୍କିନ୍‌ର ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.