ନାବାଳିକା ଯୌନ ଶୋଷଣ ଅଭିଯୋଗରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନାବାଳିକା ଯୌନ ଶୋଷଣ ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ।

ଭଦ୍ରକ : ନାବାଳିକା ଯୌନ ଶୋଷଣ ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା । ଭଦ୍ରକ ଜିଲ୍ଲା ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର  ଜଗା ଓରଫ ରାତିକାନ୍ତ ନାୟକ (୩୩)କୁ ଦଣ୍ଡାଦେଶ କରିଛନ୍ତି କୋର୍ଟ ।

ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି ଭଦ୍ରକ ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ମୁକ୍ତି ରଞ୍ଜନ ଶତପଥୀ। ୧୫ ବର୍ଷର ଜନୈକା ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି; ପରେ ବିବାହ କରିବାକୁ ମନା କରିବାରୁ ପୀଡିତା ନାୟାକାଣି ଡ଼ିହି ଥାନରେ ଗତ ୨୦୧୪ ମସିହା ମଇ ମାସ ୧୧ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.