ପତିଙ୍କ ସହ ଜାପାନରେ ଏମିତି ବିବାହ ବାର୍ଷିକୀ ପାଳିଲେ ଶିଳ୍ପା, ଯାହା ଦେଖି ଖୁସି ହୋଇଗଲେ ଫ୍ୟାନ୍‌

ନିଜର ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଶିଳ୍ପା। ତେବେ ନିଜର ବିବାହ ବାର୍ଷିକୀକୁ ସେ ସ୍ପୋଶାଲ କରିବେନି କେମିତି ? ଏଥିପାଇଁ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଏବଂ ରାଜ କୁନ୍ଦ୍ରା ନିଜର ୧୦ତମ ବିବାହ ବାର୍ଷିକୀ ଜାପାନରେ ସେଲିବ୍ରେସନ କରିଛନ୍ତି। ଏହି ଖାସ୍‌ ଦିନ ପାଇଁ ଦୁହେଁ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ୩ ଦିନ ସମୟ କାଢିଛନ୍ତି। ଶିଳ୍ପା ସୋସିଆଲ ମିଡିଆରେ କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ରାଜ ତାଙ୍କୁ କିସ୍‌ କରୁଥିବାର ନଜର ମଧ୍ୟ ଆସୁଛନ୍ତି। ଯାହା ଶିଳ୍ପାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହାଛଡା ଶିଳ୍ପାଙ୍କ ଏହି ପୋଷ୍ଟରେ ବଲିଉଡ ସେଲିବ୍ରିଟିମାନେ କମେଣ୍ଟ ମଧ୍ୟ କରିଛନ୍ତି। ବିବାହ ବାର୍ଷିକୀ ପାଇଁ ଦୁହିଁଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନାଯୋଗ୍ୟ, ଶିଳ୍ପା ଏବଂ ରାଜଙ୍କ ବିବାହ ୨୨ ନଭେମ୍ବର ୨୦୦୯ରେ ହୋଇଥିଲା। ରାଜ କୁନ୍ଦ୍ରା ଜଣେ ବ୍ୟବସାୟୀ। ରାଜ ଶିଳ୍ପାଙ୍କୁ ପ୍ୟାରିସରେ ପ୍ରପୋଜ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.