୨ ଫୁଟ୍‌ର ବରକୁ ମିଳିଲା ୬ ଫୁଟ୍‌ର କନିଆଁ, ସୋସିଆଲ ମିଡିଆରେ ବୋବାଲ୍‌ କରୁଛି ବିବାହ ବେଳର ଡ୍ୟାନ୍ସ ଭିଡିଓ

ପାକିସ୍ତାନର ଦୁଇ ଫୁଟିଆ ଯୁବକ ବୁରହାନ୍‌ ଚିଶ୍‌ତିଙ୍କ ବିବାହ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି। ଭିଡିଓରେ ସେ ଏକ ପଞ୍ଜାବୀ ଗୀତରେ ଧମାକାଦାର ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ତାହା ପୁଣି ୬ ଫୁଟ ଉଚ୍ଚତାର ଜଣେ ସୁନ୍ଦରୀ ଯୁବତୀଙ୍କ ସହିତ।

ଚିଶ୍‌ତିଙ୍କୁ ଲୋକେ ସ୍ନେହରେ ବୋବୋ ନାଁରେ ଡାକିଥାଆନ୍ତି। ପିଲାବେଳୁ ସେ ପୋଲିଓରେ ଆକ୍ରାନ୍ତ। ହ୍ଵିଇଲ୍‌ଚେୟାର୍‌ରେ ହିଁ ଯିବାଆସିବା କରନ୍ତି। କିନ୍ତୁ ଏଥିରେ ଚିଶ୍‌ତି ହାରିଯାଇ ନାହାନ୍ତି। ଜୀବନକୁ ବହୁତ ଉପଭୋଗ କରନ୍ତି। ଖୁବ୍‌ ମସ୍ତି କରନ୍ତି। ଯେତେବେଳେ ସେ କୌଣସି ସେଲିବ୍ରିଟିଙ୍କୁ ଭେଟନ୍ତି, ସେତେବେଳେ ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ଶେୟାର୍‌ କରିବାକୁ ଭୁଲି ନ ଥାଆନ୍ତି।

ଏହାସହ ପଢ଼ନ୍ତୁ: ବାଂଲାଦେଶରୁ ଭାରତକୁ ଆସୁଛି ଜାଲ ମେଡ଼ିସିନ, ବର୍ଷକୁ ହେଉଛି ୩୦୦ କୋଟିର କାରବାର

we32

ଚିଶ୍‌ତି ନିଜ ଜନ୍ମସ୍ଥାନରେ ଧୁମ୍‌ଧାମରେ ବିବାହ କରିଛନ୍ତି। ଏଠାରେ ତାଙ୍କ ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଡ୍ୟାନ୍ସ ସମୟରେ ବୋବୋଙ୍କୁ ତାଙ୍କ ସାଙ୍ଗମାନେ କୋଳରେ ଉଠାଇ ନେଇଥିଲେ। ଏହାପରେ ସେ ହ୍ଵିଇଲ୍‌ ଚେୟାର୍‌ରେ ବସି ସମସ୍ତଙ୍କ ସହ ସେଲ୍ଫି ନେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ତାଙ୍କ ବିବାହ ଭୋଜିରେ ୧୩ଟି ଦେଶରୁ ଲୋକେ ପହଞ୍ଚିଥିଲେ।

ବୁରହାନ୍‌ ଚିଶ୍‌ତି ଅର୍ଥାତ୍‌ ବୋବୋଙ୍କୁ ବିବାହ କରିଥିବା ଫୌଜିୟା ନାମ୍ନୀ ଯୁବତୀ ମଧ୍ୟ ପାକିସ୍ତାନର। ଫୌଜିୟା କହିଛନ୍ତି, ସେ ବୋବୋଙ୍କୁ ବହୁତ ଭଲ ପାଆନ୍ତି। ଏହାକୁ ଦର୍ଶାଇବା ପାଇଁ ସେ ନିଜ ହାତରେ ତାଙ୍କ ନାଁରେ ଟାଟୁ ବନାଇଛନ୍ତି।

ଏହାସହ ପଢ଼ନ୍ତୁ: ବିମାନରେ ଛୋଟ ଛୁଆଙ୍କ ଆଗରେ ହେଲା ଅଶ୍ଳୀଳ ଫିଲ୍ମର ଶୁଟିଂ, ଲୋକେ ହୋଇଗଲେ ସ୍ତବ୍ଧ

ବୋବୋ ଜଣେ ବିଜିନେସ୍‌ ମ୍ୟାନ। ସେ ଅତ୍ୟାଧୁନିକ ଷ୍ଟାଇଫ୍‌ଷ୍ଟାଇଲ୍‌ରେ ରୁହନ୍ତି। କେବଳ ଏତିକି ନୁହେଁ, ସେ ନିଜ ଜନ୍ମସ୍ଥାନରେ ଭାରତୀୟ ଫିଲ୍ମ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ‘ବିଙ୍ଗ୍‌ ହ୍ୟୁମାନ’ କ୍ୟାମ୍ପେନ୍‌କୁ ରିପ୍ରେଜେଣ୍ଟ କରୁଛନ୍ତି। ୨୦୧୭ରେ ତାଙ୍କୁ ‘ମୋଷ୍ଟ ଇନ୍‌ସ୍ପିରେଶନ ମ୍ୟାନ୍‌’ର ଆଓ୍ଵାର୍ଡ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.