ମହାରାଷ୍ଟ୍ରର ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଲେ ଭାରତରତ୍ନ ଲତା ମଙ୍ଗେସକର, ଦାନ କଲେ ୭ଲକ୍ଷ ଟଙ୍କା

ଦେଶରେ କରୋନାର ଦ୍ବିତୀୟ ଲହର ହାହାକାର ଆଣିଦେଇଛି। ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ଛତିଶଗଡରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ସଂକ୍ରମଣର ରେକର୍ଡ ସହ ମୃତ୍ୟୁ ସଂଖ୍ୟା ବି ଥମୁନି । ଏମିତି ପରିସ୍ଥିତିରେ ମହାରାଷ୍ଟ୍ରବାସୀଙ୍କୁ ସହଯୋଗ କରିଛନ୍ତି ମହାନ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସକର । ଏଠାକାର ସରକାରଙ୍କୁ ରିଲିଫ ଫଣ୍ଡକୁ ୭ ଲକ୍ଷ ଅର୍ଥରାଶି ଦାନ କରିଛନ୍ତି ।

ସୋସିଆଲ ମିଡିଆରେ ମହାରାଷ୍ଟ୍ର ସରକାରଙ୍କ ତରଫରୁ ଏନେଇ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏହି ସହାୟତା ରାଶି ପଠାଇଛନ୍ତି । ମହାରାଷ୍ଟ୍ର ସରକାର ଡାଇରେକ୍ଟର ଜେନେରାଲ ଅଫ୍ ଇନଫରମେସନ ଆଣ୍ଡ ପବ୍ଲିକ୍ ରିଲେସନ(DGIPR) ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି । ଏହାପୂର୍ବରୁ ଅନେକ ଅଭିନେତା ଅଭିନେତ୍ରୀ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ନିକଟରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ସହଯୋଗର ହାତ ବଢାଇଥିଲେ । ଲତାଙ୍କ ଏହି ସହାୟତାରେ ଉଦ୍ଧବ ଠାକରେ ଧନ୍ଯବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.