Below header

ଦୁର୍ବୃତ୍ତଙ୍କ ଉପଦ୍ରବ, ଏସବିଆଇ କ୍ୟାସ୍ ଗାଡିର ତାଲା ଭିଙ୍ଗିନପାରିବାରୁ ଲଗାଇଦେଲେ ନିଆଁ

ଫୁଲବାଣୀ : ସଟ୍ ଡାଉନର ଫାଇଦା ନେଇ କିଛି ଦୁର୍ବୃତ୍ତ ଏସବିଆଇ କ୍ୟାସ୍ ଗାଡିର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ତାଲା ଭାଙ୍ଗିନପାରିବାରୁ ଗାଡିରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଫୁଲବାଣୀ ସଦର ମହକୁମାସ୍ଥିତ ସ୍ଥାନୀୟ ଗୁଡିପିଟା ସାହିରେ ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା ।

ଏସବିଆଇ କ୍ୟାସ୍ ଗାଡିଟି ପୋଡିଯିବା ସହିତ ନିକଟରେ ଥିବା ଏକ ସ୍ଵିଫ୍ଟ ଡିଜାୟାର ଗାଡି ମଧ୍ୟ ପୋଡିଯାଇଥିବା ଜଣାପଡିଛି। ଗାଡିର ଟାୟାର ଫାଟିବାର ସବ୍ଧ ଶୁଣି ସଭିଏଁ ଉଠି ଯାଇଥିଲେ । ପରେ ଗାଡିରେ ଲାଗିଥିବା ନିଆଁ ଲିଭାଇବା ସହ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ପୂର୍ବ ଶତ୍ରୁତାରୁ ଏହିପରି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି କହିଛନ୍ତି ଫୁଲବାଣୀ SDPO ମହେନ୍ଦ୍ର ନାଥ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.