ଆଜି ଆଇପିଏଲରେ ଡବଲ ଧମାକା, ପ୍ରଥମ ମ୍ଯାଚରେ ରାଜସ୍ଥାନକୁ ଭେଟିବ ହାଇଦ୍ରାବାଦ ଏବଂ ଦ୍ବିତୀୟରେ ପଞ୍ଜାବ ସହିତ ଟକ୍କର ଦେବ ଦିଲ୍ଲୀ କ୍ଯାପିଟାଲ୍ସ

ଚଳିତ ଆଇପିଏଲ୍ର ଆଜି ଆଇପିଏଲରେ ଦୁଇ ଦୁଇଟି ମ୍ଯାଚ ରହିଛି। ୨୮ ତମ ଲିଗ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଦ୍ବିତୀୟ ମ୍ଯାଚ ପଞ୍ଜାବ ସହିତ ଦିଲ୍ଲୀ କ୍ଯାପିଟାଲ୍ସର ରହିଛି। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଆଜିର ମ୍ୟାଚ୍ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ତାଲିକାର ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ନିଜର ପରାଜୟ ଧାରା ଭାଙ୍ଗି ଉଭୟ ଦଳ ତାଲିକାର ଉପରକୁ ଉଠିବାକୁ ପ୍ରୟାସ କରିବେ । ହାଇଦ୍ରାବାଦ ନିଜ ନେତୃତ୍ୱରେ ପରିବର୍ତ୍ତନ କରିଛି । ଦଳ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ କେନ୍ ଓ୍ୱିଲମସନଙ୍କୁ ଅଧିନାୟକ କରିଛି ।

ରାଜସ୍ଥାନ ୬ଟି ମ୍ୟାଚ୍ ଖେଳି ୨ଟିରେ ବିଜୟ ଲାଭ କରିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ସେହିଭଳି ହାଇଦ୍ରାବାଦ ମଧ୍ୟ ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଗୋଟିଏରେ ବିଜୟଲାଭ କରି ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।

ଦ୍ୱିତୀୟ ମୁକାବିଲାରେ କିଙ୍ଗସ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏବେସୁଦ୍ଧା ଦିଲ୍ଲୀର ଫର୍ମ ଭଲ ରହିଛି । ଦଳ ୭ ମ୍ୟାଚରୁ ୫ ବିଜୟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ପଞ୍ଜାମ ମଧ୍ୟ ଆଭରେଜ ପ୍ରଦର୍ଶନ କରି ୭ ମ୍ୟାଚରୁ ୩ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.