ପାଣି ଭିତରେ ନିଶ୍ୱାସ ବନ୍ଦ କରି ୫୦ କିଲୋ ଓଜନ ଉଠାଉଛନ୍ତି ଯୁବକ, ଦେଖନ୍ତୁ ଭିଡିଓ

ଅନେକ ଲୋକ ନିଜ ଫିଟନେସକୁ ନେଇ ବହୁତ ସତର୍କ ଥାନ୍ତି ଏବଂ ବଢ଼ିଆ ଫିଟନେସ୍ ପାଇବା ପାଇଁ କଡା ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଘଣ୍ଟା ଧରି ଓ୍ଵାର୍କଆଉଟ ଏବଂ ସନ୍ତୁଳିତ ଆହାର ପରେ ସେ ଏମିତି ଫିଗର ପାଆନ୍ତି ଯେ ନିଜ ଫିଟନେସକୁ ନେଇ ସମସ୍ତଙ୍କୁ ଚକିତ କରିଦିଅନ୍ତି। ଏମିତି ହିଁ ଏକ କାରନାମା ଜଣେ ବ୍ୟକ୍ତି କରିଛନ୍ତି, ଯିଏ ନିଜ ପ୍ରତିଭାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଛନ୍ତି।

ଆମେ ଆପଣଙ୍କୁ କହୁଛୁ ଋଷର ବିଟେଲୀ ବିବଚରଙ୍କ ବିଷୟରେ। ଯିଏ ନିଜ ବଢ଼ିଆ ପ୍ରଦର୍ଶନ ପାଇଁ ଓ୍ଵାର୍ଲଡ ରେକର୍ଡରେ ନିଜ ନାମକୁ ଯୋଡିଛନ୍ତି। ଏ ଯୁବକ ଜଣଙ୍କ ପାଣି ଭିତରେ ୫୦ କିଲୋ ଓଜନ ଉଠାଇ ୭୭ ବେଞ୍ଚ ପ୍ରେସ ଲଗାଇଛନ୍ତି। ଯାହା ବାସ୍ତବରେ ଅଦ୍ଭୁତ। ଏହି ଖାସ୍ ପ୍ରତିଭା ପାଇଁ ସେ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ଏହି ଟାସ୍କ ଦେଖାଉଥିବା ସମୟରେ ନିଶ୍ୱାସ ବି ବନ୍ଦ କରି ରଖିଥିଲେ।

ତାଙ୍କର ଏ ଭିଡିଓ ୟୁଟ୍ୟୁବରେ ସେୟାର କରାଯାଇଛି। ତାଙ୍କର ଏହି ଭିଡିଓ ଏକଦମ୍ ଛାଇ ଯାଇଛି ଆଉ ଏ ତାଙ୍କର ଏ ଟ୍ୟାଲେଣ୍ଟ ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। କାହିଁକିନା ପାଣି ଭିତରେ ଓଜନ ଉଠାଇବା ବହୁତ କଷ୍ଟକର କାମ ହୋଇଥାଏ। ୟାଠୁ କଷ୍ଟକର କାମ ନିଶ୍ୱାସ ବନ୍ଦ କରି ଏମିତି ଓଜନ ଉଠାଇବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.