Below header

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ‘ସ୍ଲୋ ମୋସନ ଚ୍ୟାଲେଞ୍ଜ ପୂରା କରନ୍ତୁ ଏବଂ ସଲମାନଙ୍କୁ ଭେଟିବାର ସୁଯୋଗ ପାଆନ୍ତୁ’

ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ ଜୁନ୍ ୫ରେ ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମର କ୍ରେଜ୍ ଫ୍ୟାନ୍ସଙ୍କୁ ପଡିସାରିଲାଣି। ଏବେ ଫିଲ୍ମର ପ୍ରମୋସନ କରାଯାଉଛି। ଏବେ ସଲମାନ ଖାନ୍ ଏହି ଫିଲ୍ମକୁ ନେଇ ଏକ ମଜାଦାର ଚ୍ୟାଲେଞ୍ଜ ନିଜର ଫ୍ୟାନ୍ସଙ୍କୁ ଦେଇଛନ୍ତି।

ତାହା ହେଉଛି ‘ସ୍ଲୋ ମୋସନ ଚ୍ୟାଲେଞ୍ଜ’। ଏହି ଗୀତଟି ଏବେ ପପୁଲାର ହେଉଛି। ଦର୍ଶକ ଗୀତଟିକୁ ଖୁବ୍ ପସନ୍ଦ କରୁଛନ୍ତି। ଏହି ଗୀତକୁ ନେଇ ଫ୍ୟାନ୍ସ ବହୁତ ଚର୍ଚ୍ଚାରେ ଅଛନ୍ତି। ଏହି ଗୀତକୁ ନେଇ ଏକ ସୂଚନା ସାମ୍ନାକୁ ଆସିଛି। ସଲମାନ ଖାନ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କହୁଛନ୍ତି ଯେ ‘ହୋଲୋ ଦୋସ୍ତୋ,ଏହା ମୋର ସ୍ଲୋ ମୋସନ ଚ୍ୟାଲେଞ୍ଜ ଅଟେ ଏବଂ ଏହାକୁ ଆପଣଙ୍କୁ କରିବାକୁ ହେବ। ଏହି ଚ୍ୟାଲେଞ୍ଜରେ କିଛି ବି କର, କିନ୍ତୁ କର ସ୍ଲୋ ମୋସନରେ।’ ଏହି ଚ୍ୟାଲେଞ୍ଜ କରି ଭିଡିଓ ବନାଇ ତାହାକୁ ଟିକଟକରେ ଅପଲୋଡ କର।

salman‘ଆପଣଙ୍କ ଭିଡିଓକୁ ମୁଁ ଅପେକ୍ଷା କରିଛି। ଆପଣ ମାନଙ୍କ ମଧ୍ୟରୁ ଯେଉଁ ପାଞ୍ଚ ଜଣଙ୍କର ଭିଡିଓ ସବୁଠାରୁ ଭଲ ଲାଗିବ, ସେ ନିଶ୍ଚୟ ମୋତେ ମୁମ୍ବାଇରେ ଭେଟିବେ।’ ଏହା ସଲମାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଅଟେ କାହିଁକି ନା ଭାଇଜାନଙ୍କ ସହିତ ଭେଟିବାର ସୁଯୋଗ ମିଳିବ। ଭିଡିଓଟିକୁ ସେୟାର କରି କ୍ୟାପସନରେ ସଲମାନ ଲେଖିଛନ୍ତି,’ସ୍ଲୋ ମୋସନ ଚ୍ୟାଲେଞ୍ଜ ନିଅନ୍ତୁ ଏବଂ ମୋ ସହିତ ଭେଟିବାର ମଉକା ପାଅ’। ଏବେ ପର‌୍ୟ୍ୟନ୍ତ ଏହି ଭିଡିଓକୁ ପାଞ୍ଜ ହଜାର ଲୋକ ଦେଖିସାରିଲେଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.