୮ ବର୍ଷ ପୂର୍ବେ ଚାମ୍ପିୟନ୍ ଭାରତ ପାଇଁ ମାରିଥିଲେ ତାଳି, ଏବେ ଖେଳିବେ ବିଶ୍ବକପ୍

୮ ବର୍ଷ ପୂର୍ବେ ଭାରତ ଯେତେବେଳେ ଦ୍ବିତୀୟ ବିଶ୍ବ କପ୍ ଜିତିଥିଲା ସେତେବେଳେ ନିଜ ସାଙ୍ଗ ମାନଙ୍କ ସହ ଟିଭି ଆଗରେ ବସି ଟିମ୍ ଇଣ୍ଡିଆକୁ କରୁଥିଲେ ଚିୟର୍ । ସ୍ବପ୍ନରେ ବି ଭାବି ନଥିଲେ ଯେ ସେ କେବେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ । ହେଲେ ଏବେ ନା କେବଳ ଟିମ୍ ଇଣ୍ଡିଆର ଏକ ଅଭିନ୍ନ ଅଙ୍ଗ ବରଂ ବିଶ୍ବ କପ୍ ପାଇଁ ମଧ୍ୟ ଗସ୍ତ କରିଛନ୍ତି ଇଂଲଣ୍ଡ । ଏହି ଉଦୀୟମାନ ଖେଳାଳି ଜଣକ ଆଉ କେହଇ କେହିଁ ନୁହେଁ, ସେ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ନିଜର ଏକ ପୁରୁଣା ଫଟୋ ସେୟାର୍ କରିଛନ୍ତି ହାର୍ଦ୍ଦିକ । ଯେଉଁଥିରେ ୨୦୧୧ରେ ଭାରତ ବିଶ୍ବବିଜେତା ହେବା ପରେ ସେ ନିଜ ସାଙ୍ଗ ମାନଙ୍କ ସହ ଖୁସି ମନାଉଛନ୍ତି । ହେଲେ ଆଜି ତାଙ୍କର ସ୍ବପ୍ନ ପୁରା ହୋଇଛି । ୮ ବର୍ଷ ପୂର୍ବରୁ ଭାରତର ବିଜୟ ପାଇଁ ଖୁସି ହୋଇଥିବା ପାଣ୍ଡ୍ୟା ଏବେ ନିଜେ ବିଶ୍ବକପ୍ ଖେଳିବେ ।

୨୫ ବର୍ଷୀୟ ପାଣ୍ଡ୍ୟା ଭାରତ ପାଇଁ ତିନିଟି ଯାକ ଫର୍ମାଟରେ ଖେଳନ୍ତି । ୧୬ ଅକ୍ଟୋବର ୨୦୧୬ରେ ନିଜର ୱନଡେ ଆରମ୍ଭ କରିଥିବା ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ୪୫ ଦିନିକିଆରେ ୭୩୧ ରନ୍ କରିବା ସହ ୪୪ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.