ଏବେ ଗୁଗୁଲରେ କରନ୍ତୁ ଖାଦ୍ୟ ଅର୍ଡର, ଆବଶ୍ୟକ ନାହିଁ କୌଣସି ଆପ

ସାଧାରଣ ଲୋକଟିଏ ସ୍ମାର୍ଟ ଫୋନ ମାଧ୍ୟମରେ ଯେପରି ସବୁ କିଛି କାମ ସହଜରେ ହୋଇପାରିବ ସେଥିପାଇଁ ଅନେକ ଆପ ରଖିଥାଏ । ସେଥିପାଇଁ ତାକୁ ବେଳେବେଳେ ଅନେକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏବେ ମିଳିପାରିବ ଏହି ଅସୁବିଧାର ବିକଳ୍ପ । କାରଣ ଗୁଗୁଲ ଅରମ୍ଭ କରିବାକୁ ଯାଉଛି ଘରେ ବସି ଖାଦ୍ୟ ଅର୍ଡର କରିପାରିବା ଭଳି ଫିଚର୍ସ । ଗୁଗୁଲ ଅର୍ଡର ଅନଲାଇନ ନାମକ ଏହି ନୂଆ ଫିଚର୍ ଗୁଗୁଲ ସର୍ଚ୍ଚ ଓ ଗୁଗୁଲ ସ୍ପେଷରେ ସାମିଲ କରିଛି । ଏହା ମଧ୍ୟ କୁହାଯାଉଛି ଯେ, ଗୁଗୁଲ ଆସିଷ୍ଟାଣ୍ଟ ସାହାଯ୍ୟରେ ମଧ୍ୟ ଆପଣ ଖାଦ୍ୟ ଅର୍ଡର କରିପାରିବେ ।

ବ୍ୟବହାରକାରୀଙ୍କୁ ଏହି ଆପରେ ଥିବା ଦୁଇଟି ବିକଳ୍ପ ପିକ୍‌ଅପ ଓ ଡେଲିଭରି ମଧ୍ୟରୁ କୌଣସି ଗୋଟିଏକୁ ଚୟନ କରିବାକୁ ପଡିବ । ପିକ୍‌ଅପରେ ଅର୍ଡର ଦେଲେ ଆପଣଙ୍କୁ ରେସ୍ତୋରାଁ ଯାଇ ଖାଦ୍ୟ ଆଣିବାକୁ ପଡିବ । କିନ୍ତୁ ଡେଲିଭରିରେ ଖାଦ୍ୟ ଘର ପର୍ଯ୍ୟନ୍ତ ପହଞ୍ଚି ଯିବ ।

ରେସ୍ତୋରାଁ ଗୁଡିକ ଅର୍ଡର ନେବା ପାଇଁ ଗୁଗୁଲର ଇଣ୍ଟରଫେସକୁ ବ୍ୟବହାର କରିଥାନ୍ତି, ତେଣୁ ବ୍ୟବହାରକାରୀ ପୁରୁଣା ଅର୍ଡର ଭିତରୁ ମଧ୍ୟ ଆଇଟମ ଅର୍ଡର କରିପାରିବେ । କିନ୍ତୁ ଏବେ ଏହା ଭାରତରେ ଆରମ୍ଭ ହୋଇନାହିଁ । ଏହା ସହିତ କମ୍ପାନୀ ସଠିକ ଭାବରେ କିଛି କହି ନାହିଁ ଯେ ଗୁଗୁଲ ଆସିଷ୍ଟାଣ୍ଟକୁ ସପୋର୍ଟ କରୁଥିବା କମ ଦାମ ସ୍ମାର୍ଟ ସ୍ପିକର ଓ ସ୍ମାର୍ଟ ଡିସପ୍ଲେରେ ଏହି ଫିଚର କାମ କରିବ କି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.