Below header

ପ୍ରିୟଙ୍କା ଚୋପ୍ରା ମାଗାଜିନ୍ ପାଇଁ କଲେ ଏମିତି ଫଟୋଶୁଟ୍, ୟୁଜର୍ସ କହିଲେ-‘ଦେଶର ସଂସ୍କାର ଭୁଲି ଗଲଣି ନା କଣ?’

ପ୍ରିୟଙ୍କା ଚୋପ୍ରା ନିଜର ୱେଡିଂ ଲାଇଫ ବହୁତ ଉପଭୋଗ କରୁଛନ୍ତି। ସୁବବେଳେ ତାଙ୍କୁ ସ୍ବାମୀ ନିକ୍ ଜୋନାସଙ୍କ ସହିତ ବୁଲୁଥିବାର ଦେଖାଯାଉଛି। ଏହାଛଡା ପ୍ରିୟଙ୍କା ନିଜର ପୋଷାକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ନିକଟରେ ପ୍ରିୟଙ୍କା ସାଢ଼ୀ ପିନ୍ଧିଥିବାର କିଛି ଫଟୋ ସାମ୍ନାକୁ ଆସିଛି। ପ୍ରିୟଙ୍କା ଏକ ମାଗାଜିନ୍ ପାଇଁ ବୋଲ୍ଡ ଫଟୋଶୁଟ୍ କରିଥିବା ସୂଚନା ମିଳିଛି।

ପ୍ରିୟଙ୍କା ଗୋଲ୍ଡେନ କଲର ସାଢ଼ୀରେ ଶୁଟ୍ କରିଛନ୍ତି। ସାଢ଼ୀ ସହିତ ପ୍ରିୟଙ୍କାଙ୍କର ବ୍ଲାଉଜ୍ ଦେଖାଯାଉନାହିଁ। ଏହି ଫଟୋରେ ପ୍ରିୟଙ୍କା ସବୁଦିନ ଭଳି ସୁନ୍ଦର ଦେଖାଯାଉଛନ୍ତି। କିନ୍ତୁ ଫ୍ୟାନ୍ସ ତାଙ୍କୁ ଏଥର ମଧ୍ୟ ଟ୍ରୋଲ କରିଛନ୍ତି। ଲୋକମାନଙ୍କ ନଜର ଯାଇ ପ୍ରିୟଙ୍କାଙ୍କ ବ୍ଲାଉଜ ପାଖରେ ଅଟକି ଯାଇଛି।

priyanka chopraୟୁଜର୍ସ କହୁଛନ୍ତି ପ୍ରିୟଙ୍କା ବ୍ଲାଉଜ୍ କାହିଁକି ପିନ୍ଧିନାହାନ୍ତି। ଏହି ଫଟୋଶୁଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ଜଣେ ୟୁଜର ଲେଖିଛନ୍ତି, ‘ଦେଶର ସଂସ୍କାର ଭୁଲିଯାଇଛନ୍ତି କିନ୍ତୁ ଛୋଟ ସହରର ଭାରତୀୟ ତ ଅଟନ୍ତି। ଏମିତି ଶୋ କରୁଛନ୍ତି ଯେମିତି ବହୁତ ବଡ ବିଦେଶୀ ଅଟନ୍ତି।’

ସେହିଭଳି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆପଣ ବହୁତ ସୁନ୍ଦର ଦେଖାଯାଉଛ କିନ୍ତୁ ସାଢ଼ୀ ନିଜ ଶରୀରକୁ ଢ଼ାଙ୍କିବା ପାଇଁ ହୋଇଥାଏ।‘ ପ୍ରିୟଙ୍କାଙ୍କର ଏହି ଭିଡିଓରେ ସୋନମ କପୁରଙ୍କ ଭଉଣୀ ରିୟା କପୁର କମେଣ୍ଟ କରି ଲେଖିଛନ୍ତି ଯେ ‘ହଟ୍’। ରିୟାଙ୍କ ଭଳି କିଛି ୟୁଜର୍ସ ପ୍ରିୟଙ୍କାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.