ପାଟଣାଗଡ଼ : ଭିଡିଓ ଭାଇରାଲ ପରେ ଦୁଃଖପ୍ରକାଶ କଲେ ବିଧାୟକ

ପାଟଣାଗଡ଼ରେ ଜଣେ ଯନ୍ତ୍ରୀଙ୍କୁ ବିଧାୟକ ଉଠ ବସ୍ କରାଇବା ଘଟଣାରେ ଦୁଃଖପ୍ରକାଶ କଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର । ପ୍ରତିକ୍ରିୟାରେ କହିଛନ୍ତି ରାସ୍ତା ଖରାପ ଅଭିଯୋଗ ପରେ ସେଠାକୁ ଯାଇଥିଲି । ଲୋକେ JEଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ । ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ଯୋଗୁ ଏପରି କରିବାକୁ ବାଧ୍ୟ ହୋଇଥିଲି । ସେପଟେ ଏହି ଘଟଣାରେ ରିପୋର୍ଟ ତଲବ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ।

ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଘଟଣାର ସତ୍ୟାସତ୍ୟ ନେଇ ରିପୋର୍ଟ ମାଗିଛନ୍ତି। ଉପଜିଲ୍ଲାପାଳ ତଦନ୍ତ କରି ରିପୋର୍ଟ ଦେବେ। ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ବିଧାୟକଙ୍କ ଦବଙ୍ଗଗିରି । PWDର ଅଫିସରଙ୍କୁ ରାଜରାସ୍ତାରେ ଧମକାଉଥିବା ସହ ବସ୍ ଉଠ୍ କରାଉଥିବା ଦୃଶ୍ୟ ଭାଇରାଲ୍ ହୋଇଛି। ରାସ୍ତା ନିର୍ମାଣରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରି ବିଧାୟକ ଏପରି କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ଏବେ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.