ଅଭିନେତା ସୋନୁ ସୁଦଙ୍କ ଆଉ ଏକ ଅଭିଜାନ, ଭଉଣୀଙ୍କ ସହ ମିଶି ସାଇକେଲ ବାଣ୍ଟିଲେ

୨୦୨୨ରେ ଆମେ ନୂଆବର୍ଷକୁ ସ୍ୱାଗତ କରୁଥିବା ବେଳେ ଆଉ ପାଦେ ଆଗକୁ ଯାଇଛନ୍ତି ବଲିବୁଡ ଆକ୍ଟର ସୋନୁ ସୁଦ । ଆପଣମାନେ ଜାଣନ୍ତି କି ଯିଏ କୋଭିଡ ୧୯ ମହାମାରୀ ସମୟରେ ରିଲିଫ କାର୍ଯ୍ୟରେ ସକ୍ରିୟ ଭାବରେ ଜଡିତ ରହିଆସିଛନ୍ତି । ଏମିତି କିଛି କାମ କରନ୍ତି ଯାହାଦ୍ୱାରା ସବୁବେଳେ ରହି ଆସିଛନ୍ତି କ୍ୟାମେରା ଫ୍ରଣ୍ଟରେ । ଏବେ ପୁଣି ଥରେ ସାମନାକୁ ଆସିଛନ୍ତି ଏହି ଅଭିନେତା । ମୋଗା ପ୍ରାର୍ଥୀ ଘୋଷଣା କରିଥିବା ସୋନୁଙ୍କ ଭଉଣୀ ମାଲଭିକା ସୁଦ ସଚ୍ଚରଙ୍କ ସହ ଅଭିନେତା ଏକ ଡ୍ରାଇଭ କରୁଛନ୍ତି । ଯେଉଁଥିରେ ମଙ୍ଗଳବାର ପଞ୍ଜାବ ଦୌଲତପୁର ନିୱାନ ଗ୍ରାମରେ ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ସାଇକେଲ ବଣ୍ଟନ ଡ୍ରାଇଭରେ ସାମିଲ ଅଛନ୍ତି । ଏହି କ୍ରମରେ ଅଭିନେତା ଓ ତାଙ୍କ ଭଉଣୀ ମୋଗା ନିକଟ ପ୍ରାୟ ୪୦ରୁ ୪୫ ଗ୍ରାମର ୧୦୦୦ ମହିଳା ଏବଂ ବାଳିକା ଛାତ୍ରୀଙ୍କୁ ସାଇକେଲ ବଣ୍ଟନର ଡ୍ରାଇଭ ଆରମ୍ଭ କରିଛନ୍ତି ।

ସୋନୁ ଇନଷ୍ଟାଗ୍ରାମରେ ପିଲାଦିନର ସ୍ମୃତି ମଧ୍ୟ ସେୟାର କରିଥିଲେ । ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ମନ୍ଦିର ସମ୍ମୁଖରେ ଛିଡା ହୋଇଛନ୍ତି । ଫଟୋରେ ଲେଖାଅଛି, ମୋର ପିଲାଦିନରେ ମୁଁ ପ୍ରତିଦିନ ଏହି ମନ୍ଦିର ଆସୁଥିଲି । ଏକ ହାର୍ଟ ସହ ହାତ ଇମୋଜି ଦେଇଛନ୍ତି ସୋନୁ । ଯେଉଁଥିରୁ ଗାଁ ପ୍ରତି ଥିବା ଭଲପାଇବା ବାରିହେଉଛି ।

ସାଇକେଲ ବଣ୍ଟନର ଉଦ୍ଦେଶ୍ୟକୁ ନେଇ ସୋନୁ କହିଛନ୍ତି କି ଅତ୍ୟଧିକ ଶୀତ ସମୟରେ ସ୍କୁଲ ପିଲାମାନେ ଘରୁ ବିଦ୍ୟାଳୟକୁ ଏତେ ଦୂର ଯିବା ମୁସ୍କିଲ ହେଉଛି । ଏବଂ ସମସ୍ୟାର ସମାଧାନ ପାଇଁ ସୋନୁ ଏବଂ ମାଲଭିକା ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ସାଇକେଲ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଅଭିଜାନ ସହିତ ସାମାଜିକ କର୍ମୀଙ୍କୁ ବି ସାଇକେଲ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି । ଅଣ ସଂରକ୍ଷିତ ବ୍ୟକ୍ତିଙ୍କ ପାଇଁ ସୋନୁଙ୍କ ଭଉଣୀ ମାଲଭିକା ଜଣେ ଲୋକପ୍ରିୟ ଚାଣକ୍ୟ ପରି । ଏବଂ ସୁଦ ଚ୍ୟାରିଟି ଫାଉଣ୍ଡେସନ ସହିତ ମଧ୍ୟ ସେ ସକ୍ରିୟ ଅଟନ୍ତି । ୨୦୨୦, ୨୦୨୧ ମସିହା କୋଭିଡ ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ସୋନୁ ପ୍ରକୃତ ହିରୋର ଆଖ୍ୟା ଅର୍ଜନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.