ପିଲାଙ୍କୁ କରୋନା ଟିକା ଦେବା ପରେ ଦେଖାଯାଇପାରେ ଏହି ସାଇଡ ଇଫେକ୍ଟ, ଲକ୍ଷଣ ଦେଖିବା ପରେ ଅଭିଭାବକ ଆପଣାନ୍ତୁ ଏହି ବିକଳ୍ପ

ବର୍ତ୍ତମାନ ୧୫ରୁ ୧୮ବର୍ଷର ପିଲାମାନଙ୍କୁ କୋଭିଡ ଟିକା ଦିଆଯାଉଛି । ପିଲାମାନଙ୍କୁ ଟିକା ଦେବା ପାଇଁ ଭିନ୍ନ ଭିନ୍ନ ଭ୍ୟାକ୍ସିନେସନ ସେଣ୍ଟର ମଧ୍ୟ ତିଆରି କରାଯାଇଛି । ପିଲାମାନଙ୍କୁ ଭ୍ୟାକ୍ସିନ ଦେବା ପରେ ହୁଏତ ଏହାର ସାଇଡ୍‌ ଇଫେକ୍ଟ ଦେଖାଯାଇପାରେ। ତେଣୁ ଯଦି କୌଣସି ମାଇଲ୍ଡ ଆଫେକ୍ଟ ଦେଖାଯାଏ ତେବେ ଏହାକୁ ଦେଖି ଡରିବାର କୌଣସି ଆବଶ୍ୟକତା ନାହିଁ ।

୨୦୨୨ ଜାନୁୟାରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ଦେବା ଆରମ୍ଭ ହୋଇଚି । ରାଜ୍ୟ ସରକାରମାନେ ପିଲାଙ୍କ ଭ୍ୟାକ୍ସିନେସନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ସୂଚନା ଅନୁସାରେ ପ୍ରଥମ ଦିନରେ ପ୍ରାୟ ୩୦ ଲକ୍ଷ ପିଲାଙ୍କୁ କରୋନା ଟିକା ଦିଆସରିିଥିଲା। ବର୍ତ୍ତମାନ ଏକ କୋଟିରୁ ଅଧିକ ପିଲାମାନଙ୍କୁ କରୋନା ଭ୍ୟାକ୍ସିନ ଦିଆ ସରିଛିି । ରେଡିକ୍ସ ହସପିଟାଲର ଡାକ୍ତର ରବି ମଲିକ କହିଛନ୍ତି ଯେ, ଖାସ କରି ଅଭିଭାବକମାନଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ ଯେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଉ ନେଉ ପିଲାମାନଙ୍କ ଉପରେ କୌଣସି ଖରାପ ପ୍ରଭାପ ନ ପଡୁ । ଯଦି ଟିକାର କୌଣସି ସାଇଡ ଇଫେକ୍ଟ ପଡୁଛି ସେହି ଲକ୍ଷଣ ଗୁଡିକ ଜାଣି ଉପଯୁକ୍ତ ଚିକିତ୍ସା ମଧ୍ୟ କରିବା ଦରକାର ।

student
Picture Credit – CIDRAP

କରୋନା ଟିକାର ପ୍ରଥମ ଡୋଜ ନେବାର ୪ ସପ୍ତାହ ପରେ ସେକେଣ୍ଡ ଡୋଜ ଦିଆଯିବ ଓ ଏହାର ୪ ସପ୍ତାହ ପରେ ପିଲାଙ୍କ ଶରୀରରେ ଇମ୍ୟୁନିଟି ତିଆରି ହେବ ଏବଂ ଏହା ପରେ ମଧ୍ୟ ପିଲମାନଙ୍କର ଅଧିକ ଧ୍ୟାନ ନେବାକୁ ପଡିବ । ପିଲାମୋନ ଏହି ଭ୍ୟାକ୍ସିନେସନକୁ ନେଇ ଅଧିକ ଉତ୍ସାହିତ ଅଛନ୍ତି ଓ ଏହା ଲହ ସେମାନେ ଟିକା ମଧ୍ୟ ନେଉଛନ୍ତି। ଏହି ସମୟରେ ଅଭିଭାବକମାନଙ୍କୁ ପିଲାଙ୍କର ଅଧିକ ଯତ୍ନ ନେବା ନିହାତି ଦରକାର । କାରଣ ଯେଉଁଭଳି ୧୮ ରୁ ୬୦ ପ୍ଲସ ଏଜ ଗ୍ରୁପ ଲୋକଙ୍କ ପାଖରେ କରୋନା ଟିକା ନେବା ପରେ କିଛି ସାମ୍ଭାବ୍ୟ ସାଇଡ ଇଫେକ୍ଟ ଦେଖାଯାଇଥିଲା, ଡାକ୍ତରଙ୍କ କହିବା ଅନୁସାରେ ହୁଏତ ଏହା ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ହୋଇପାରେ । ତେବେ ଏହା ଅଲ୍ପ ସାଇଡ ଇଫେକ୍ଟ ପକାଇବା ସହିତ ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ତିଆରି କରିବା ଆରମ୍ଭ କରିଦେବ ।

student
Picture Credit – Health wiki

 

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍ସନ ଅନୁଯାୟୀ ହାତରେ ଟିକା ନେବା ପରେ ସେହି ସ୍ଥାନରେ ନାଲି ଦାଗ ହୋଇପାରେ ଓ ଦରଜ ମଧ୍ୟ ହୋଇପାରେ ତେଣୁ ଥଣ୍ଡା କପଡା ଓ ବରଫ ଟିକା ସେଣ୍ଟରରେ ରଖାଯାଉଛି । ଏମିତିକି ଥଣ୍ଡା କପଡା ନିଜ ପାଖରେ ରଖିବା ଦରକାର ବୋଲି କୁହାଯାଇଛି । ପିଲାମାନଙ୍କୁ ଟିକା ଦିଆ ସରିବା ପରେ ହୁଏତ ସେମାନେ ବେହୋସ୍‌ ହୋଇ ପାରନ୍ତି ତେଣୁ ସେମାନଙ୍କୁ ଟିକା ନେବା ପରେ ସାଙ୍ଗେ ସାଙ୍ଗେ ନ ଚାଲି ମିନିମମ ୧୫ ମିନିଟ ପର୍ଯ୍ୟନ୍ତ ବସିବା ଦରକାର ବା ସୋଇବା ଦରକାର । ଟିକା ନେଇଥିବା ପିଲାମାନଙ୍କୁ ଜ୍ୱର ଥଣ୍ଡା ହେବା ସହିତ ମୁଣ୍ଡ ବିନ୍ଧା ହୋଇପାରେ ଓ ଦୁର୍ବଳ ଲାଗିପାରେ ଏବଂ ମୁଣ୍ଡ ବୁଲାଇବା ପରି ଲକ୍ଷଣ ଦେଖାଯାଇପାେରେ । କିନ୍ତୁ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ସିଡିସି ତରଫରୁ କୁହାଯାଇଛି । ପିଲାମାନଙ୍କୁ ଅଧିକ ଦୁର୍ବଳ ଲାଗିଲେ ଡାକ୍ତରଙ୍କ ପରାମର୍ଶ ନେଇ ତାଙ୍କୁ ଅଧିକରୁ ଅଧିକ ଏନର୍ଜି ଡ୍ରିଙ୍କ୍‌ ଭଳି ଲିକ୍ୟୁଡ ପିଇବା ପାଇଁ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.