ଚାଷ କ୍ଷେତକୁ ଫରାହ ଖାନଙ୍କ ସହିତ ବାହାରିଲେ ସୋନୁ, ଦୁହେଁ ଟ୍ରାକ୍ଟରରେ ବସିଥିବା ଆସିଲେ ନଜର

ଫିଲ୍ମ ‘ହାପି ନ୍ଯୁ ଇଅର’ରେ ସୋନୁ ସୁଦ୍ ଫରାହ ଖାନଙ୍କ ସହିତ କାମ କରିଥିଲେ। ସେବେ. ଠାରୁ ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହିଛି। ଏବେ ନିକଟରେ ମିଳିଥିବା ଖବର ଅନୁସାରେ, ସୋନୁ ସୁଦ ଏବଂ ଫରାହ ଖାନ୍ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଦୁହେଁ ପୁଣିଥରେ ଚଳିତବର୍ଷର ଧମାକେଦାର ଗୀତ ଆଣିବାକୁ ଯାଉଛନ୍ତି। ଏହି ଗୀତକୁ ଟୋନି କକ୍କର ଏବଂ ରାଜା ଗାଇଛନ୍ତି। ନିକଟରେ ଫରାହ ସୋସିଆଲ ମିଡିଆରେ ଗୀତ ସହିତ ଜଡିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସୋନୁ ସୁଦ ନଜର ଆସିଛନ୍ତି।

ଫରାହ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋନୁ ସୁଦଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ସୋନୁ ଏବଂ ଫରାହ ଖାନ କ୍ଷେତରେ ଏକ ଟ୍ରାକ୍ଟର ଉପରେ ବସିଥିବା ନଜର ଆସିଛନ୍ତି। ଦୁହେଁ ସୁଟିଂ ସମୟରେ ବହୁତ ମସ୍ତି କରୁଥିବା ନଜର ଆସିଛନ୍ତି। ଏହି ଫଟୋରେ ଫରାହ ଗ୍ରୀନ ରଙ୍ଗର କୁର୍ତ୍ତାରେ ନଜର ଆସିଥିବା ବେଳେ ସୋନୁ ସୁଦ ବ୍ଲାକ କୁର୍ତ୍ତାରେ ନଜର ଆସିଛନ୍ତି।

 

View this post on Instagram

 

A post shared by Farah Khan Kunder (@farahkhankunder)

ଏଥିରେ କ୍ଯାପସନ ଦେଇ ଫରାହ ଲେଖିଛନ୍ତି, ପଞ୍ଜାବ, ଚଣ୍ଡୀଗଡ, ଟ୍ରାକ୍ଟର ଏବଂ ସୋନୁ। ସୋନୁଙ୍କ ଫ୍ଯାନ ଏହି ନୂଆ ଗୀତ ପାଇଁ ବହୁ ପ୍ରତୀକ୍ଷା କରିଛନ୍ତି। ସୂଚନାଯୋଗ୍ଯ, କରୋନା ମହାମାରୀ ସମୟରେ ସୋନୁ ସମସ୍ତଙ୍କ ପାଇଁ ସୁରପହିରୋ ସାଜିଥିଲେ। ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ଯନ୍ତ ସମସ୍ତଙ୍କୁ ସାହାଯ୍ଯ କରି ଆଦର୍ଶ ପାଲଟିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.