କୃଷକଙ୍କ ସମର୍ଥନରେ ଆଗକୁ ଆସିଲେ ସୋନୁ ସୁଦ୍, କହିଲେ- ‘କୃଷକ ମା’-ବାପାଙ୍କ ଠାରୁ କମ୍ ନୁହଁନ୍ତି’

କୃଷି ଆଇନକୁ ନେଇ ପୂରା ଦେଶରେ ସରକାରଙ୍କ ବିପକ୍ଷରେ କୃଷକଙ୍କ ରାଗ ବଢ଼ିବାରେ ଲାଗିଛି। କୃଷକମାନେ କିଛି ଦିନ ଧରି ନିଜ କ୍ରୋଧ ଜାହିର କରୁଛନ୍ତି। ଦେଶର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ଏହି ତାଲିକାରେ ଏବେ ସୋନୁ ସୁଦ୍ ମଧ୍ୟ ସାମିଲ ହୋଇଛନ୍ତି। ସୋନୁ କୃଷକଙ୍କୁ ସମର୍ଥନ କରିଛନ୍ତି।

ସୋନୁ ସବୁବେଳେ ଦୁଃଖୀ, ଦରିଦ୍ର ଓ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଥାଆନ୍ତି। ଏଣୁ ସମସ୍ତେ ସୋନୁଙ୍କୁ ଦେବଦୂତ ବୋଲି କହିଥାନ୍ତି। ଏବେ ସୋନୁ କୃଷକଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି। ସୋନୁ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସୋନୁ ନିଜ ଆକାଉଣ୍ଟରେ କୃଷକଙ୍କ ପାଇଁ ଲେଖିଛନ୍ତି, ‘କୃଷକଙ୍କ ସ୍ଥାନ ମା’-ବାପାଙ୍କ ଠାରୁ କମ୍ ନୁହେଁ’।


ସୋନୁ ସୁଦଙ୍କ ଏହି ଟ୍ୱିଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଫ୍ୟାନମାନେ ସୋନୁଙ୍କର ଏହି ସମର୍ଥନକୁ ବେଶ୍ ପ୍ରଶଂସା କରିଛନ୍ତି। ପ୍ରକାଶ ଯେ ଲକଡାଉନ୍ ବେଳେ ସୋନୁ ସୁଦ୍ ଅସହାୟ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ସେବେଠୁ ସେ ଏହି ସାହାଯ୍ୟର ଧାରା ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.