ପ୍ରଥମ ଥର ପାଇଁ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ସୋନୁ ସୁଦ୍‌, ସେନାର ଯବାନଙ୍କୁ ସମର୍ପିତ ଏହି ଗୀତ

ଲକ୍‌ଡାଉନ୍‌ ବେଳେ ଲୋକଙ୍କୁ ସାହାଯ୍ୟ କରିବା ପରେ ଦର୍ଶକଙ୍କୁ ଏବେ ଏକ ମ୍ୟୁଜିକ୍‌ ଭିଡିଓ ଭେଟି ଦେବାକୁ ଯାଉଛନ୍ତି ଅଭିନେତା ସୋନୁ ସୁଦ୍‌। ସେ ‘ପାଗଲ ନେହିଁ ହୋନା’ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ। ଏହି ଭିଡିଓରେ ସୋନୁ ସୁଦ୍‌ଙ୍କୁ ସେନା ବାହିନୀର ଜଣେ ଯବାନ ରୂପେ ଦେଖିବାକୁ ମିଳିବ। ସୋନୁ ନିଜ ପ୍ରେମିକା ପାଇଁ ଏହି ଗୀତ ଗାଉଛନ୍ତି।


ଏହା ସୋନୁ ସୁଦ୍‌ଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓ। ଏହି ଭିଡିଓ ସମ୍ପର୍କରେ ସୋନୁ କହିଛନ୍ତି, ମୁଁ ଏ ଗୀତ ବିଷୟରେ ଶୁଣିବା ପରେ ଆଉ ଦ୍ୱିତୀୟ ଥର ଚିନ୍ତା କରିନାହିଁ। ଏହା ସେନାର ସମସ୍ତ ଯବାନ ଓ ତାଙ୍କ ପ୍ରେମିକା ଓ ପତ୍ନୀଙ୍କ ପାଇଁ ତିଆରି କରାଯାଇଛି। ଏହି ଗୀତର ବୋଲ୍‌ ଆପଣଙ୍କ ମନକୁ ଛୁଇଁବ ଓ ସୁନନ୍ଦା ମଧ୍ୟ ଏହି ଗୀତକୁ ଖୁବ୍‌ ସୁନ୍ଦର ଭାବେ ଗାଇଛନ୍ତି।

 

View this post on Instagram

 

A post shared by Sonu Sood (@sonu_sood)

ପ୍ରକାଶ ଯେ କରୋନା ଲକ୍‌ଡାଉନ୍‌ ବେଳଠାରୁ ସୋନୁ ସୁଦ୍‌ ସାଧାରଣ ଜନତାଙ୍କୁ ସାହାଯ୍ୟ କରି ଆସୁଛନ୍ତି। ପ୍ରଥମେ ପ୍ରବାସୀ ଶ୍ରମିକ ଓ ଏବେ ସମସ୍ତ ଅସହାୟଙ୍କୁ ସୋନୁ ସାହାଯ୍ୟ କରୁଛନ୍ତି। ପିଲାଙ୍କ ପଢ଼ା ପାଇଁ ସ୍କଲାରସିପ୍‌ ଠାରୁ ଆରମ୍ଭ କରି ରୋଗୀଙ୍କ ଚିକିତ୍ସା ପର୍ଯ୍ୟନ୍ତ ସମସ୍ତଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ସୋନୁ ସୁଦ୍‌। ଏଣୁ ତାଙ୍କୁ ସମସ୍ତେ ଦେବଦୂତ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.