ଅମିତାଭଙ୍କ ସ୍ୱାଗି ଲୁକ୍‌ ଦେଖି ଆଶ୍ଚର୍ଯ୍ୟ ହେଲେ ସୌରଭ ଗାଙ୍ଗୁଲି, କହିଲେ ବିଗ୍ ବି’ଙ୍କ ପାଇଁ ବୟସ ତ ଖାଲି ଏକ ନମ୍ବର

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ସୌରଭ ଗାଙ୍ଗୁଲି। ଦୀର୍ଘ ଦିନ ପରେ କାମକୁ ଫେରିଛନ୍ତି ଅମିତାଭ। ଏନେଇ ଅମିତାଭ ହୁଡ଼ି ପିନ୍ଧି , ସ୍ପୋଟି ଲୁକ୍‌ରେ ଏକ ଫଟୋ ସେୟାର କରିି କହିଛନ୍ତି, ମୁମ୍ବାଇ କୌଣସି କୁହୁଡ଼ି ନାହିଁଁ। ସହର ଉଜ୍ଜ୍ୱଳ ଅଛି। ବାସ୍‌ ଏପରି କରୋନା ଦୂରେଇ ରହୁ।

amitabh

ଅମିତାଭଙ୍କ ଏଭଳି ସ୍ୱାଗି ଲୁକ୍‌ ଦେଖି ଫ୍ୟାନ୍ସ କମେଣ୍ଟ ଦେବା ଆରମ୍ଭ କରିଦେଇଥିଲେ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟରେ କମେଣ୍ଟ ଦେବାକୁ ପଛେଇ ନଥିଲେ। ସେ ଲେଖିଛନ୍ତି, ବସ୍‌ ବାହାରକୁ ଆସିଲେ। ଅମିତାଭଙ୍କ ପାଇଁ ବୟସ ଏକ ନମ୍ବର। ଅମିତାଭ ଗାଙ୍ଗୁଲିକୁ ଉତ୍ତର ଦେଇ କହିଛନ୍ତି, ଆଗକୁ ବଢିବାକୁ ହେବ। ବହୁତ ଦିନ ଅଳସୁଆମି କରିଦେଲି।

୭୯ ବର୍ଷୀୟ ଅମିତାଭଙ୍କ ହାତରେ ଏବେ ଅନେକ ପ୍ରୋଜେକ୍ଟ ରହିଛି। ଶେଷଥର ପାଇଁ ତାଙ୍କୁ ଗୁଲାବୋ ସିତାବୋ ଓ ‘ଚେହେରେ’ରେ ଦେଖିବାକୁ ମିଳିଥିଲା।