ବଲିଉଡ୍‌ରେ ଡେବ୍ୟୁ କରିବେ ସାଉଥ୍‌ କୁଇନ୍‌ ସାମନ୍ଥା, ୟଶରାଜ୍‌ ବ୍ୟାନର ଅଫର କଲା ୩ଟି ବଡ଼ ପ୍ରୋଜେକ୍ଟ

ଅଲ୍‌ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ ଏବେ ବି ହଲ୍‌ରେ ଧମାଲ ଜାରି ରଖିଛି। ଏହି ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କର ଠାରୁ ବି ଭଲ ରେସପନ୍ସ ମିଳୁଛି। ଫିଲ୍ମରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଗୀତ ‘ଓ ଅନ୍ତାବା’ ଚର୍ଚ୍ଚାରେ ରହିଛି। ଦର୍ଶକଙ୍କୁ ଏହି ଗୀତ ଖୁବ୍‌ ପସନ୍ଦ ଆସିଛି। ‘ଓ ଅନ୍ତାବା’ ଗୀତରେ ସାମନ୍ତାଙ୍କ ସହ ଅଲ୍‌ଲୁ ଅର୍ଜୁନ୍‌ ବି ଠୁମ୍‌କା ଲଗାଉଥିବାର ଦେଖିବାକୁ ମିଳିଛି। ତେବେ ଫିଲ୍ମ ନିର୍ମାତାଙ୍କୁ ସାମନ୍ଥାଙ୍କ ଡ୍ୟାନ୍ସ ଏତେ ପସନ୍ଦ ଆସିଛି ଯେ ତାଙ୍କ ପାଖକୁ ଫିଲ୍ମର ଅଫର ଛୁଟିବାରେ ଲାଗିଛି। ରିପୋର୍ଟ ମୁତାବକ, ସାମନ୍ଥାଙ୍କୁ ବଲିଉଡ୍‌ରୁ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ଅଫର ହୋଇଛି ଓ ସେ ଖୁବ୍‌ଶୀଘ୍ର ଏଥିରେ ମୋହର ଲଗାଇବାକୁ ଯାଉଛନ୍ତି।

 

View this post on Instagram

 

A post shared by Samantha (@samantharuthprabhuoffl)

ସାମନ୍ଥା ରୁଥ ପ୍ରଭୁ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଗତ ବର୍ଷ ଆମାଜନ ପ୍ରାଇମ୍‌ ଭିଡିଓର ସୁପରହିଟ୍‌ ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ୍‌’ ସିଜନ ୨ରେ ହିନ୍ଦୀରେ ଡିଜିଟାଲ ଡେବ୍ୟୁ କରିଥିଲେ। ଏବେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତାଜା ରିପୋର୍ଟ ମୁତାବକ, ସାମନ୍ଥାଙ୍କୁ ୟଶରାଜ ଫିଲ୍ମସ ପକ୍ଷରୁ ୩ଟି ଫିଲ୍ମ ଅଫର କରାଯାଇଛି। ୟଶରାଜ ଫିଲ୍ମସ ପକ୍ଷରୁ ସାମନ୍ଥାଙ୍କୁ ଏଥିପାଇଁ ଆପ୍ରୋଚ୍‌ କରାଯାଇଛି। କିନ୍ତୁ ଅଭିନେତ୍ରୀ କିମ୍ବା ପ୍ରଡକ୍ସନ୍‌ ହାଉସ୍‌ ପକ୍ଷରୁ ଏବେ ଯାଏଁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

 

View this post on Instagram

 

A post shared by Samantha (@samantharuthprabhuoffl)

ତେବେ ସାମନ୍ଥାଙ୍କ ନିକଟରେ ଏବେ ପ୍ରବଳ କାମ କରିଛି। ତାଙ୍କ ହାତରେ ଏବେ କାଥୁ ବକୁଲା ରେଙ୍ଗଡୁ କାଧଲ(ତାମିଲ), ଶାଙ୍କୁତଲମ୍‌(ତେଲୁଗୁ), ଯଶୋଦା(ତେଲୁଗୁ) ଓ ଆରେଞ୍ଜମେଣ୍ଟ ଅଫ୍‌ ଲଭ୍‌ (ଇଣ୍ଟରନ୍ୟାସନାଲ ଡେବ୍ୟୁ) ଭଳି ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ପାଖରେ ଏତେ ପ୍ରୋଜେକ୍ଟ ଥିବାରୁ ଏବେ ଦେଖିବାକୁ ବାକି ରହିଲା ଯେ ସେ କେଉଁ ହିନ୍ଦୀ ଫିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରୁଛନ୍ତି। ଦର୍ଶକେ ସାମନ୍ଥାଙ୍କୁ ବଡ଼ ପରଦାରେ ଦେଖିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.