Below header

କୁହୁଡ଼ିଆ ପାଗ ପାଇଁ ବଡ ନିଷ୍ପତ୍ତି: ଏ ବର୍ଷ ୧୦ଟା ବଦଳରେ ସାଢ଼େ ୧୦ଟାରେ ଆରମ୍ଭ ହେବ ଜାନୁଆରୀ ୨୬ ପରେଡ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌ । କୁହୁଡ଼ିଆ ପାଗ ରହୁଥିବାରୁ ଏହି ନିଷ୍ପତ୍ତି ହୋଇଛି । ସକାଳ ୧୦ଟା ବଦଳରେ ସାଢ଼େ ୧୦ଟାରେ ଆରମ୍ଭ ହେବ ପରେଡ୍‌ । ପରେଡ୍‌ ପାଇଁ ରାଜପଥରେ ଜୋରସୋର ଚାଲିଛି ରିହରସଲ । ପରେଡ୍‌ ବେଳେ ରାଜପଥର ଉଭୟ ପାର୍ଶ୍ୱରେ ୧୦ଟି ବଡ଼ ଏଲଇଡି ସ୍କ୍ରିନ୍‌ ଲାଗିବ । ପରେଡ୍‌ ପୂର୍ବରୁ ଏହି ଏଲଇଡି ସ୍କ୍ରିନ୍‌ରେ ସେନା ସଂପର୍କିତ କିଛି କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହେବ । ପରେ ଏଲଇଡି ସ୍କ୍ରିନ୍‌ରେ ପରେଡ ଲାଇଭ୍‌ ହେବ ।

କରୋନା ମହାମାରୀ ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଅତିଥି ତାଲିକାକୁ କାଣ୍ଟଛାଣ୍ଟ କରାଯାଇଛି । ମୋଟ ୨୪ ହଜାର ଲୋକଙ୍କୁ ଅନୁମତି ରହିବ । ଏଥିରେ ନିମନ୍ତ୍ରିତ ଅତିଥି ରହିବେ ୧୯ ହଜାର । ଅନ୍ୟ ୬ ହଜାର ସାଧାରଣ ଲୋକଙ୍କ ପାଇଁ । ଗତ ବର୍ଷ ଭଳି ଏବର୍ଷ ମଧ୍ୟ କୌଣସି ବିଦେଶୀ ନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଉ ନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.