କିଛି ଘଟଣା ଯାହା ବଲିଉଡ଼ରେ ହୋଇଥିଲା ହଇଚଇ, କିଏ ଗଲା ଜେଲ ତ କିଏ ଲଗାଇଲେ ଯୌନ ଶୋଷଣ ଅଭଯୋଗ

ମୁମ୍ବାଇ : ୨୦୧୮ ମସିହାରେ ବଲିଉଡ଼ ଅନେକ ବିବାଦରେ ଘେରି ହୋଇ ରହିଥିଲା। କିଏ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ତ କିଏ ଜେଲରେ ବିତାଇଥିଲା ରାତି। କିଛି ଫିଲ୍ମ ରିଲିଜ୍ ହେବା ଆଗରୁ ଲିକ୍ ହୋଇଗଲା ତ କିଛି ଫିଲ୍ମ ଉପରେ ଲାଗିଲା ଚୋରିର ଆରୋପ। କେଉଁ କଳାକାର ସର୍ବସାଧାରଣରେ ଧମକ ଦେଇଥିବା ବେଳେ କିଏ ଫସିଥିଲେ ସେକ୍ସରାକେଟରେ। ଚାଲନ୍ତୁ ଆଜି ଆମେ ୨୦୧୮ର ସବୁଠାରୁ ବିବାଦିୟ ବଲିଉଡ଼ ଖବର ବିଷୟରେ କହିବାକୁ ଯାଉଛୁ।
#MeToo କ୍ଯାମ୍ପେନ୍
#MeToo କ୍ଯାମ୍ପେନ୍ ର ନିଆଁ ବଲିଉଡ଼ରେ ଅନେକ ବଡ଼ବଡ଼ କଳାକାରଙ୍କୁ ଜଳାଇ ରଖିଦେଇଥିଲା। ଏହି ନିଆଁର ଆରମ୍ଭ ଅଭିନେତ୍ରୀ ତନୁଶ୍ରୀ ଦତ୍ତା କରିଥିବା ବେଳେ ଏହା ବଲିଉଡ଼ ସହ ଟେଲିଭିଜନ ତାରକାଙ୍କୁ ମଧ୍ୟ ଏଥିରେ ସାମିଲ କରାଇଥିଲା। ଦେଖିବାକୁ ଗଲେ ଏବେ ମଧ୍ୟ କିଛି କଳାକାର #MeToo ବିଷୟରେ ଚର୍ଚ୍ଚା କରୁଛନ୍ତି। ତନୁଶ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ଡ୍ୟାନ୍ସ ସୁଟିଂ ବେଳେ ହଠାତ୍ ନାନା ପାଟେକର୍ ତାଙ୍କୁ ଅଶାଳୀନ ଭାବରେ ଛୁଇଁବା ସହ ନିକଟତର ହେବାକୁ ଲାଗିଥିଲେ। ଯେଉଁଥିରେ ତନୁଶ୍ରୀ ଭୟରେ ସେଠାରୁ ପଳାଇଥିଲେ। ତେବେ ଏହି #MeToo କ୍ୟାପେନରେ ଆଲୋକ ନାଥ , ସାଜିଦ ଖାନ, ବିବେକ୍ ଅକ୍ନିହୋତ୍ରୀ ଆଦି ଫସିଯାଇଥିଲେ।
ସେକ୍ସ ରାକେଟରେ ଫସିଲେ ଅଭିନେତ୍ରୀ
ଏହି ବର୍ଷ ଅନେକ ଅଭିନେତ୍ରୀ ଦେହବ୍ୟବସାୟୀ ଅଭିଯୋଗରେ ଫସିଛନ୍ତି। ଶ୍ବେତା ବାସୁ ଏବଂ ସାଉଥର ପ୍ରସିଦ୍ଧ ଅଭିନେତ୍ରୀ ସଂଙ୍ଗିତା ବାଲନଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିଲା। ଶ୍ବେତାଙ୍କ ବିରୁଦ୍ଧରେ ୨୦୧୪ରେ ଚାଲିଥିବା ହାଇଦ୍ରାବାଦର ବଞ୍ଜାରା ହିଲ୍ସ ସେକ୍ସ ରାକେଟରେ ନାମ ଆସିଥିବା ବେଳେ ଏବେ ସେ ମାମଲା ଶେଷ ହେବା ସହ ଏବେ ନିକଟରେ ସେ ତାଙ୍କର ବହୁ ଦିନର ପ୍ରେମିକ ରୋହିତ ମିତଲଙ୍କ ସହ ବିବାହ କରିଛନ୍ତି।
ରିଲିଜ୍ ପୂର୍ବରୁ ଲିକ୍
ଚଳିତ ବର୍ଷ ଏପରି ଅନେକ ଫିଲ୍ମ ରହିଥିଲା ଯାହା ରିଲିଜ୍ ପୂର୍ବରୁ ହିଁ ଲିକ୍ ହୋଇଥିଲା। ଏହି ବିଷୟ ବଲିଉଡ଼ରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆମିର ଖାନଙ୍କ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନରୁ, ସାଉଥର ସୁପରହିଟ ଫିଲ୍ମ ସରକାର, ମଲାୟଲମ ସୁପରଷ୍ଟାର ମୋହନଲାଲଙ୍କ ଫିଲ୍ମ ଡ୍ରାମା ଆଦି ରିଲିଜ୍ ପୂର୍ବରୁ ଲିକ ହୋଇଥିଲା। ଲିକ୍ କାରଣରୁ ଫିଲ୍ମ ଗୁଡ଼ିକର ବକ୍ସଅଫିସରେ ଖୁବ ଖରାପ ପରିଣତି ଭୋଗିବାକୁ ପଡ଼ିଥିଲା।
ଜେଲ ମଧ୍ୟ ଯବାକୁ ପଡ଼ିଥିଲା
କଳାହରଣ ଶିକାର ମାମଲାରେ ଅଭିନେତ୍ରୀ ତବୁ, ସୈଫ୍, ସୋନାଲି ବେନ୍ଦ୍ରେ ଏବଂ ନିଲମଙ୍କୁ ନିର୍ଦ୍ଦୋଶରେ ବରି କରାଯାଇଥିବା ବେଳେ ସୁପରଷ୍ଟାର ସଲମାନ ଖାନଙ୍କୁ ୫ବର୍ଷର ଜେଲ ହୋଇଥିଲା। କୋର୍ଟରେ ମାମଲାର ଶୁଣାଣି କରାଯିବାର ତୁରନ୍ତ ପରେ ତାଙ୍କୁ ଜେଲ ପଠାଯାଇଥିଲା। କିନ୍ତୁ କିଛି ଘଣ୍ଟା ପରେ ତାଙ୍କୁ ବେଲରେ ବାହାରକୁ ଅଣାଯାଇଥିଲା। ସଲମାନଙ୍କ ଛଡ଼ା ଗାୟକ ମିକା ସିଂ ଏବଂ ଅଭିନେତା ଅରମାନ କୋହଲିଙ୍କୁ ମଧ୍ୟ ଜେଲ ଯିବାକୁ ପଡ଼ିଥିଲା।