କପିଲ ଶର୍ମା ଶୋ’ ଛାଡ଼ିବା ପରେ ପୁଣିଥରେ ଡକ୍ଟର ଗୁଲାଟୀ ବନିଲେ ସୁନୀଲ ଗ୍ରୋଭର, ସେୟାର କଲେ ଟ୍ରାନ୍ସଫର୍ମେସନ୍‌ ଫଟୋ

‘‘ଦ କପିଲ ଶର୍ମା ଶୋ’’ଛାଡ଼ିବା ପରେ ସୁନୀଲ ଗ୍ରୋଭରଙ୍କୁ ଆଉ ଗୁଥି କିମ୍ବା ଡକ୍ଟର ମସହୁର ଗୁଲାଟୀ ଚରିତ୍ରରେ ଦେଖିବାକୁ ମିଳୁନାହିଁ। କିନ୍ତୁ ଫ୍ୟାନ୍‌ଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ସୁନୀଲ ପୁଣିଥରେ ଡକ୍ଟର ଗୁଲାଟୀ ଚରିତ୍ରରେ ଆସିଛନ୍ତି। ନିକଟରେ ସୁନୀଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ଫଟୋ ସେୟାର କରିଛନ୍ତି। ସେଥିରେ ଡକ୍ଟର ଗୁଲାଟୀ ଫଟୋ ମଧ୍ୟ ରହିଛି। ଫଟୋ ସେ ନିଶ ଓ ନକଲି ଚୁଟି ଲଗାଇଥିବା ଦେଖିବାକୁ ମିଳୁଛି। ଏହି ଫଟୋକୁ ସେୟାର କରି ସୁନୀଲ୍‌ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ‘‘ମୋତେ ଆଉ କାହା ଭଳି ହେବାକୁ ଭଲ ଲାଗେ, ଏହା ଏକ ଭଲ ଅନୁଭବ ଯେତେବେଳେ ମୁଁ ସମ୍ପୂର୍ଣ୍ଣ ଭାବେ ଏଥିରେ ମଜ୍ଜିଯାଏ’’। ତେବେ ଶୋ’ଛାଡ଼ିବା ପରେ ସୁନୀଲ କାହିଁକି ପୁଣିଥରେ ଏହି ଅବତାର ନେଲେ ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି।

ସୁନୀଲ କପିଲ ଶର୍ମା ଶୋ ଓ କମେଡି ନାଇଟ୍ସ ଉଇଥ୍‌ କପିଲରେ ଗୁଥି ଓ ଡକ୍ଟର ଗୁଲାଟୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସିଲ କରିଥିଲେ। କିନ୍ତୁ ୨୦୧୭ ମସିହାରେ କପିଲଙ୍କ ସହ ଝଗଡ଼ା ହେବା ଯୋଗୁ ସେ ଶୋ’ ଛାଡ଼ି ଦେଇଥିଲେ। ପରେ ଅନେକ ଥର ସୁନୀଲ ଫେରୁଥିବା ନେଇ ଖବର ପ୍ରସାରିତ ହୋଇଥିଲା କିନ୍ତୁ ସେ ଫେରିନଥିଲେ।


କପିଲଙ୍କ ଶୋ’କୁ ପୁନର୍ବାର ଫେରିନଥିଲେ ମଧ୍ୟ କପିଲଙ୍କୁ ନେଇ ସୁନୀଲଙ୍କ ମନରେ କୌଣସି ରାଗ ନଥିଲା। ଏହାର ପ୍ରମାଣ କପିଲଙ୍କ ଝିଅ ହେବା ପରେ ସୁନୀଲଙ୍କ ଅଭିନନ୍ଦନରୁ ହିଁ ଜଣାପଡ଼ୁଥିଲା। ଶୋ’ ଛାଡ଼ିବା ପରେ ସୁନୀଲଙ୍କୁ ପଟାଖା ଓ ଭାରତ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.