ଅଗଷ୍ଟ ୧୧ରେ ରିଲିଜ ହେବ ‘ଗଦର ୨’, ଜାଣନ୍ତୁ କଣ ରହିଛିି ଏହାର କାହାଣୀ

ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ରିଲିଜ ହେବକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି । ଫିଲ୍ମଟି ୧୧ ଅଗଷ୍ଟକୁ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶକମାନେ ଦର୍ଶକମାନଙ୍କ ପାଇଁ ଏକ ଅଫର ରଖିଛନ୍ତି, ଯାହା ଏହି ଫିଲ୍ମ ପ୍ରତି ଫ୍ୟାନ୍ସଙ୍କୁ ଆକର୍ଷିତ କରିବ ।

ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ‘ଗଦର ୨’ ରିଲିଜ ହେବାକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି । ଫିଲ୍ମଟି ୧୧ ଅଗଷ୍ଟରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶକ ଦର୍ଶକଙ୍କ ପାଇଁ ଏକ ଅଫର ରଖିଛନ୍ତି, ଯାହା ଏହି ଫିଲ୍ମ ପ୍ରତି ଫ୍ୟାନ୍ସଙ୍କୁ ଆକର୍ଷିତ କରିବ । ପେଟିଏମ୍ ଦ୍ୱାରା ପେମେଣ୍ଟ କରି ଦର୍ଶକ ଗୋଟେ ଟିକେଟରେ ଆଉ ଗୋଟେ ଟିକେଟ ଫ୍ରି ପାଇପାରିବେ । ଏହିପରି ଅଫର ରଖି ଫିଲ୍ମର ନିର୍ଦ୍ଦେଶକ ଆଶା କରିଛନ୍ତି ଯେ, ଫିଲ୍ମଟି ପ୍ରଥମ ଦିନରେ ୧୫ ରୁ ୧୮ କୋଟି ଇନ୍‌କମ କରିପାରିବ ।

ସୂଚନା ମୁତାବକ, ‘ଗଦର ୨’ ଫିଲ୍ମ ୧୧ ଅଗଷ୍ଟରେ ରିଲିଜ ହେବା ସହିତ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ ମାଇଁ ଗଡ ୨’ ବି ସେହି ସମାନ ଦିନରେ ରିଲିଜ ହେବ । ଏହି ଫିଲ୍ମ ବକ୍ସ ଅଫିସରେ ‘ଗଦର ୨’ କୁ ଟକ୍କର ଦେଇପାରେ । ତେବେ ‘ଗଦର ୨’ ବକ୍ସ ଅଫିସରେ କିପରି ହଇଚଇ କରୁଛି ତାହା ଦେଖିବାର ଅଛି ।

୨୦୦୧ରେ ଏହାର ପ୍ରଥମ ଭାଗ ‘ଗଦର’ ବଡ ପରଦାରେ ରିଲିଜ ହୋଇଥିଲା । ଏହି ଫିଲ୍ମଟି ଏକ ଲଭ ଷ୍ଟୋରି ଉପରେ ଆଧାରିତ ଥିଲା ।  ଫିଲ୍ମରେ ୧୯୪୭ ରେ ଭାରତ ରୁ ପାକିସ୍ତାନକୁ ବିଜନେସ କରିବା ପାଇଁ ଯାଇଥିବା ଟ୍ରକ୍ ଡ୍ରାଇଭର ତାରା ସିଂ (ସନି ଦେଓଲ) ଓ ଏକ ମୁସଲିମ୍‌ ଝିଅ ସକିନା ( ଅମିଷା ପଟେଲ)ଙ୍କ ଲଭ ଷ୍ଟୋରି ଦେଖିବା ପାଇଁ ମିଳିଥିଲା । ଫିଲ୍ମର ପ୍ରଥମ ଭାଗ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ‘ଗଦର ୨’ ରେ ସନି ଦେଓଲ ଓ ଅମିଷା ପଟେଲେ ସମାନ ସେହି ଭୂମିକାରେ ହିଁ ଅଭିନୟ କରୁଥିବାର ଫିଲ୍ମରେ ନଜର ଆସୁଛନ୍ତି ।

ସନି ଦେଓଲ ଓ ଅମିଷା ପଟେଲ ଅନେକ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରି ଆସୁଛନ୍ତି । ଦୁହେଁ ବଲିଉଡ ଇଣ୍ଡଷ୍ଟ୍ରୀକୁ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ତେବେ ସନି ଦେଓଲ ଓ ଅମିଷା ପଟେଲ ତାଙ୍କ ଅପକମିଂ ଫିଲ୍ମ ‘ଗଦର ୨’ ରେ କିପରି ଭାବରେ ଫ୍ୟାନ୍ସଙ୍କ ମନ ଜିତିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.