NASA ଲଞ୍ଚ କରିବ ଓଟିଟି ପ୍ଲାଟଫର୍ମ NASA Plus , ଫ୍ରିରେ ଦେଖିପାରିବେ ଭିଡିଓ ଏବଂ ସୋ’

NASA ଚଳିତ ବର୍ଷର ଶେଷରେ ଏକ ନୂଆ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ NASA+ ଲଞ୍ଚ କରିବା ପାଇଁ ଯୋଜନା କରୁଛି । ଏହା ନାସା ଆପକୁ ଅପଗ୍ରେଡ କରିବା ସହିତ ଆସିବ । ଏଥିରେ ଷ୍ଟ୍ରିମିଂ ସେବା ସହିତ କିଛି ନୂଆ ସିରିଜ ମଧ୍ୟ ଲଞ୍ଚ କରାଯିବ ।

NASA ନ୍ୟାସନାଲ ଆରୋନୋଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେସନ ଏକ ଅନ ଡିମାଣ୍ଡ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ ଉପସ୍ଥାପନ କରିଛି, ଯାହାର ନାମ NASA+ । ୱେବସାଇଟ ଆଡ ଫ୍ରି, ଫ୍ରି ଏବଂ ଫ୍ୟାମିଲି ଫ୍ରେଣ୍ଡଲି ଭାବେ ରହିବ । ଏହା ବ୍ୟତୀତ ଆମେରିକା ସ୍ପେସ୍‌ ଏଜେନ୍ସି ମଧ୍ୟ ନିଜ ସାଇନ୍ସୱେସାଇଟରେ ଉନ୍ନତି କରୁଛି । ବର୍ତ୍ତମାନ ପାଇଁ ଏହା ଏକ ବିଟା ୱେବସାଇଟ ଯେଉଁଥିରେ ବିଟା ୱେବସାଇଟର ପ୍ରିଭ୍ୟୁ ଦେଖାଯାଇ ପାରିବ । ନାସା ଜନସାଧାରଣଙ୍କୁ ୱେବସାଇଟ ଦେଖିବା ପାଇଁ ଏବଂ beta.nasa.govରେ ଫିଡବ୍ୟାକ ଦେବା ପାଇଁ ଇନଭାଇଟ କରିଛି । ଏହି ଫିଡବ୍ୟାକ ଆଧାରରେ, ନାସା ବିଟା ସାଇଟକୁ ଲଗାତାର ଭାବେ ଅପଡେଟ ଏବଂ ଉନ୍ନତ କରିବା ପାଇଁ ଚେଷ୍ଟା ଜାରି ରଖିବ ।

ଆମେରିକାସ୍ଥିତ ସ୍ପେସ୍‌ ଏଜେନ୍ସି  NASA ଦର୍ଶକମାନଙ୍କ ସୁବିଧା ପାଇଁ ନିଜର ମୁଖ୍ୟ ୱେବସାଇଟରେ ପରିବର୍ତ୍ତନ ଆଣୁଛି । ମିଳିଥିବା ରିପୋର୍ଟ ଅନୁସାରେ, ୱେସାଇଟରେ ଏଜେନ୍ସିର ମିଶନ, ଅନୁସନ୍ଧାନ, ଜଳବାୟୁ ତଥ୍ୟ, ଆର୍ଟେମିସ ଅପଡେଟ ଭଳି ସମସ୍ତ ସୂଚନା ସାମିଲ ହେବ । ଉଭୟ nasa.gov ଏବଂ science.nasa.gov ୱେବସାଇଟ ୟୁଜର୍ସମାନଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଫିଡବ୍ୟାକ ଆଧାରରେ ଅପଡେଟ ଏବଂ ଉନ୍ନତ କରାଯିବ ।

ଏହା ବ୍ୟତୀତ, NASA ଚଳିତ ବର୍ଷର ଶେଷରେ ଏକ ନୂଆ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମ NASA+ ଲଞ୍ଚ କରିବା ପାଇଁ ଯୋଜନା କରୁଛି । ଏହା ନାସା ଆପକୁ ଅପଗ୍ରେଡ କରିବା ସହିତ ଆସିବ । ଷ୍ଟ୍ରିମିଂ ପ୍ଲାଟଫର୍ମ ଆଡ୍‌ ଫ୍ରି ଏବଂ ବିନା ମୂଲ୍ୟରେ ରହିବ, ଯାହା ଏଜେନ୍ସିର ଏମି ପୁରଷ୍କାର ପ୍‌୍ରାପ୍ତ ଲାଇଭ କଭରେଜକୁ ପ୍ରବେଶ ପ୍ରଦାନ କରିବ । ଏଥିରେ ଷ୍ଟ୍ରିମିଂ ସେବା ସହିତ କିଛି ନୂଆ ସିରିଜ ମଧ୍ୟ ଲଞ୍ଚ କରାଯିବ ।

ତେବେ ଏହି NASA+ ରେ କେଉଁ ବିଶେଷ ଫିଚର ମିଳିବ ଆସନ୍ତୁ ଜାଣିବା । ଅଧିକାଂଶ ପ୍ରମୁଖ ପ୍ଲାଟଫର୍ମରେ ଷ୍ଟ୍ରିମିଂ ସେବା NASA+ ଉପଲବ୍ଧ ହେବ । ନାସା ଆପରେ ଏହା ଆକ୍ସେସ ହୋଇପାରିବ, ଯାହା ଆଇଓଏସ ଏବଂ ଆଣ୍ଡ୍ରଏଡ ମୋବାଇଲ ଏବଂ ଟ୍ୟାବଲେଟ ଡିଭାଇସରେ ଡାଉନଲୋଡ କରିବା ପାଇଁ ଉପଲବ୍ଧ ହେବ । NASA+, Roku, Apple TV ଏବଂ Fire TV ପରି ଷ୍ଟ୍ରିମିଂ ମିଡିଆ ଜଏଣ୍ଟଗୁଡିକର ଏକ ଅଂଶ ହେବ । ଏହା ୱେବ୍, ଡେସ୍କଟପ୍ ଏବଂ ମୋବାଇଲ୍ ଡିଭାଇସରେ ମଧ୍ୟ ଉପଲବ୍ଧ ହେବ ।

ଆମେରିକା ସ୍ଥିତ ସ୍ପେସ୍ ଏଜେନ୍ସି ମଧ୍ୟ ଆଗାମୀ ୱେବସାଇଟଗୁଡ଼ିକୁ ଇନ୍-ହାଉସ୍ ମଲ୍ଟିମିଡିଆ ଲାଇବ୍ରେରୀ ସହିତ ଏକ ହେବା ପାଇଁ ଅନ୍ୟାନ୍ୟ ଉନ୍ନତି ପାଇଁ ଯୋଜନା କରୁଛି । ଯଦିଓ NASA+ ଷ୍ଟ୍ରିମିଂ ସେବାର ଲଞ୍ଚ ତାରିଖ ଘୋଷଣା କରିନାହିଁ, କିନ୍ତୁ ନାସା ୟୁଜର୍ସଙ୍କ ପାଇଁ ବିଟା ୱେବସାଇଟ୍ ଆରମ୍ଭ କରିସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.