ଜମ୍ମୁ କାଶ୍ମୀରର କୁଲଗ୍ରାମରୁ ସେନା ଯବାନ ନିଖୋଜ, କାର୍‌ ନିକଟରେ ପଡିଛି ଚପଲ ଓ ରକ୍ତଛିଟା

ଜମ୍ମୁ କଶ୍ମୀରର କୁଲଗ୍ରାମରେ ସେନା ଯବାନ ନିଖୋଜ । କାର ନେଇ୍‌ ଯବାନ ଜଣକ ଘର ପାଇଁ କିଛି ଜିନିଷ ଆଣିବାକୁ ଯାଇଥିଲେ । ପାରାନହାଲ୍ ଗାଁରେ ଠାବ କରାଯାଇଥିବା ତାଙ୍କ କାର୍ ପାଖରେ ସେ ପିନ୍ଧୁଥିବା ହଳେ ଚପଲ ଓ ରକ୍ତଛିଟା ପଡିଛି।

ଜମ୍ମୁ କଶ୍ମୀରର କୁଲଗ୍ରାମରେ ସେନା ଯବାନଙ୍କୁ ଅପହରଣ କରାଯାଇଥିବା ଖବର ମିଳିଛି । ଶନିବାର ଠାରୁ ଯବାନ ଜଣକ ନିଖୋଜ ରହିଛନ୍ତି । ଯବାନ ଜଣକ ଘରୁ ନେଇ ଯାଇଥିବା କାର ମିଳିଛି । କାରରେ ରକ୍ତଛିଟା ଲାଗିଛି । ଯବାନ ନିଖୋଜ ହେବା ପରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଭାରତୀୟ ସେନାରେ ୨୫ ବର୍ଷୀୟ ଯବାନ ଜାୱେଦ୍ ଅହମଦ୍ ୱାନି ଲେହରେ ନିଯୁକ୍ତ ଥିଲେ । ଶନିବାର ରାତି ୮ଟାରୁ ସେ ନିଖୋଜ ହୋଇଯାଇଛନ୍ତି। କାର ନେଇ୍‌ ଯବାନ ଜଣକ ଘର ପାଇଁ କିଛି ଜିନିଷ ଆଣିବାକୁ ଯାଇଥିଲେ । ବିଳମ୍ବ ଯାଏଁ ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଆଖପାଖ ଅଞ୍ଚଳ ଓ କେତେକ ଗାଁରେ ଖୋଜାଖୋଜି କରିଥିଲେ। ଖୋଜାଖୋଜି ବେଳେ ପାରାନହାଲ୍ ଗାଁରେ ଠାବ କରାଯାଇଥିବା ତାଙ୍କ କାର୍ ପାଖରେ ସେ ପିନ୍ଧୁଥିବା ହଳେ ଚପଲ ଓ ରକ୍ତଛିଟା ଦେଖାଯାଇଥିଲା। କାର୍ର ଡୋର୍ ଖୋଲା ଥିଲା। ତେଣୁ ସେ ଅପହରଣ ହୋଇଥିବା ପରିବାର ପକ୍ଷରୁ ସନ୍ଦେହ କରାଯାଉଛି ।

ତେବେ କାରକୁ ଏଭଳି ଅବସ୍ଥାରେ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.