ଏମିତି ଏକ ଟମାଟୋ ଯାହା ୪୫ ଦିନ ପର୍ଯ୍ୟନ୍ତ ଖରାପ ହୋଇନଥାଏ, ଜାଣନ୍ତୁ ଏହାର ନାମ କଣ?

ଏମିତି ଏକ ଟମାଟୋ ଅଛି ଯାହା ଖରାପ ନ ହୋଇ ୪୫ ଦିନ ରହି ପାରିବ । ଯାହାର ନାମ ‘ଫ୍ଲେବର ସେଭର ଟମାଟୋ’(FLAVR SAVR TOMATO)। ଏହାର ସ୍ୱାଦ ଓ ରଙ୍ଗ ପ୍ରକୃତିକ ଟମାଟୋ ପରି ହୋଇଥାଏ ।

ବର୍ତ୍ତମାନ ସମୟରେ ଟମାଟୋ ଦର ଆକାଶ ଛୁଅଁ ହୋଇଥିବା ବେଳେ, ଏମିତି ଏକ ଟମାଟୋ ଅଛି ଯାହା ଖରାପ ନ ହୋଇ ୪୫ ଦିନ ରହି ପାରିବ । ଯାହାକୁ ଜିନ୍ ସାଇଲେସିଂ ଟେକ୍‌ନିକ ଦ୍ୱାରା ବନା ହୋଇଛି । ଯାହାର ସ୍ୱାଦ,ରଙ୍ଗ ଓ ଦେଖିବା ପାଇଁ  ପ୍ରାକୃତିକ ଟମାଟୋ ପରି। ସେଥିପାଇଁ ଏହି ଟମାଟୋ ବହୁତ ଦିନ ପର୍ଯ୍ୟନ୍ତ ଖରାପ ନ ହୋଇ ରହିଥାଏ ।

ଏହି ଟମାଟୋ ନାମ କଣ :

ଏହାର ନାମ ‘ଫ୍ଲେବର ସେଭର ଟମାଟୋ’(FLAVR SAVR TOMATO) ଅଟେ । ଏହା ଜେନେଟିକ ଇଞ୍ଜିନିୟରିଙ୍ଗ୍‌ ଭାଷରେ CGN- 89564- 2 ନାମରେ କରାଯାଇଛି ।

‘ଫ୍ଲେବର ସେଭର ଟମାଟୋ’ବିକାଶ କିଏ କରିଛନ୍ତି :

ଟମାଟୋ ଏମିତ ଏକ ପରିବା ଯାହା ବହୁତ ଶୀଘ୍ର ଖରାପ ହୋଇଯାଇଥାଏ । ସେଥିପାଇଁ ଜେନେଟିକ ଇଞ୍ଜିନିୟରିଙ୍ଗ୍‌ ମାଧ୍ୟମରେ ଜିନ ସାଇଲେସିଂ ଟେକ୍‌ନିକ ଦ୍ୱାରା ଏହି ଟମାଟୋ ତିଆରି କରାଯାଇଛି । କାଲିଫର୍ନିୖଆରେ କାଲିଜେନ୍‌ କମ୍ପାନୀ ଏହି ଟମାଟୋକୁ ପ୍ରାକୃତିକ ପ୍ରକ୍ରିୟରେ ତିଆରି କରିଛି । ଯାହା ଦ୍ୱାରା ଏହାର ରଙ୍ଗ ଓ ସ୍ୱାଦ କିଛି ବି ପରିବର୍ତ୍ତନ ଆସିବ ନାହିଁ ।

ଏହି ଟମାଟୋ ଧିରେ ପାଚିବାର କାରଣ କଣ :

ଟମାଟୋ ମଧ୍ୟରେ ପିଜି ଜିନ୍ ମିଳିଥାଏ । ଏଥିରେ ପଲିଗୋଲାକ୍ଟରୋନେଜ୍‌ ଏନଜାଇମ୍‌ ନାମକ ଏକ ପ୍ରୋଟିନ୍‌ ରହିଥାଏ । ଏହି କାରଣରୁ ଟମାଟୋ ଶୀଘ୍ର ଖରାପ ହୋଇଯାଏ । ହେଲେ‘ଫ୍ଲେବର ସେଭର ଟମାଟୋ’ ରୁ ଜିନ୍ ସାଇଲେସିଂ ଟେକ୍‌ନିକ ଦ୍ୱାରା ଏହାର ପ୍ରୋଟିନ୍‌ ବାହାର କରି ଦିଆଯାଏ । ଯାହା ଦ୍ୱାରା ଏହି ଟମାଟୋ ଶୀଘ୍ର ଖରାପ ହୁଏନି ଏବଂ ୪୫ ଦିନ ପର୍ଯ୍ୟନ୍ତ ରହିଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.