ଦମଦାର ଡାଏଲଗ ଏବଂ ରୋମାଣ୍ଟିକ୍‌ ଚରିତ୍ର ପାଇଁ ବେଶ୍‌ ପରିଚିତ ସନି ଦେଓଲ, ୬୩ ବର୍ଷରେ କଲେ ପଦାର୍ପଣ

‘ଜବ୍‌ ୟେ ଢାଇ କିଲୋ କା ହାତ୍‌ ଉଠ୍‌ତା ହୈ ତୋ ଫିର୍‌ କୋଇ ଔର ଉଠ୍‌ତା ନହିଁ, ଉଠ୍‌ଜାତା ହୈ’। ଫିଲ୍ମ ‘ଦାମିନୀ’ରେ ସନିଙ୍କ ଏହି ଲୋକପ୍ରିୟ ଡାଏଲଗକୁ ଲୋକେ ଆଜି ବି ମନେ ରଖିଛନ୍ତି।

ବହୁଲୋକ ଜାଣିଥିବେ ସନିଙ୍କ ପ୍ରକୃତ ନାମ ଅଜୟ ସିଂହ ଦେଓଲ। ମାତ୍ର ପରିବାର ଲୋକେ ତାଙ୍କୁ ସ୍ନେହରେ ସନି ଡାକିଥାନ୍ତି। ନିଜର ଆକ୍ସନ୍‌ ଅନ୍ଦାଜ, ଡାଏଲଗ୍‌ ପାଇଁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟକୁ ଛୁଇଁପାରିଥିଲେ ଅଭିନେତା ସନି ଦେଓଲ। ଆଜି ହେଉଛି ତାଙ୍କର ୬୩ତମ ଜନ୍ମଦିନ।

sun1

ଦମଦାର ଡାଏଲଗ ଏବଂ ରୋମାଣ୍ଟିକ୍‌ ଚରିତ୍ର ପାଇଁ ବେଶ୍‌ ପରିଚିତ ସନିଙ୍କ ଅନ୍ଦାଜ୍‌ କିନ୍ତୁ ସବୁଠାରୁ ଭିନ୍ନ। ପରେ ସେ ସିନେମାରେ ସନି ନାମରେ ପରିଚିତ ହୋଇଥିଲେ। ୧୯୯୫ରେ ‘ଅଜୟ’ ନାମକ ଏକ ସିନେମାରେ ମଧ୍ୟ କାମ କରିଛନ୍ତି। ଇଂଲଣ୍ଡର ବର୍ମିଂହାମସ୍ଥିତ ‘ଦି ଓଲ୍ଡ ଓ୍ଵାଲର୍ଡ ଥିଏଟର’ରୁ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ। ଫିଲ୍ମ ବ୍ୟତିରେକ ସନି ଜଣେ ସଫଳ ବ୍ୟବସାୟୀ ମଧ୍ୟ। ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ସହ ପ୍ରେମସମ୍ପର୍କକୁ ନେଇ ଏକଦା ଚର୍ଚ୍ଚାରେ ଥିବା ସନି ସବୁବେଳେ ନିଜ ପରିବାର ଏବଂ ବ୍ୟକ୍ତିଗତ ଜୀବନକୁ ମିଡିଆଠାରୁ ଦୂରେଇ ରଖିଥାନ୍ତି। ୧୯୯୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଘାୟଲ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ଏବଂ ୧୯୯୩ରେ ‘ଦାମିନୀ’ ପାଇଁ ସର୍ବଶ୍ରେଷ୍ଠ ସହ ଅଭିନେତା ରୂପେ ସମ୍ମାନିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.