ଭାରତୀୟ ମହିଳାଙ୍କୁ କୁଏତରେ ବିକି ଦେଇଥିଲା ପାକିସ୍ତାନୀ ଏଜେଣ୍ଟ, ଦେବଦୂତ ସାଜି ଘରକୁ ଫେରାଇ ଆଣିଲେ ସନ୍ନି ଦେଓଲ

ରିଲର ନାୟକ ହେଲେ ରିୟଲ ନାୟକ । ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ସନ୍ନି ଦେଓଲ । କୁଏତରେ ଫସିଥିବା ଜଣେ ଭାରତୀୟ ମହିଳାଙ୍କୁ ଉଦ୍ଧାର କଲେ ଗୁରଦାସପୁର ସାଂସଦ ସନ୍ନି । ଘଟଣାଟି ହେଉଛି ଜଲନ୍ଧର ନିକଟସ୍ଥ ଭିଖିୱିଣ୍ଡ ଅଂଚଳର । ଯେଉଁଠି ୪୫ ବୀଣା ବେଦୀଙ୍କୁ ଚାକିରି କରାଇଦେବା କହି ବିକି ଦେଇଥିଲା ଜଣେ ପାକିସ୍ତାନୀ ଏଜେଣ୍ଟ ।

ରିପୋର୍ଟ ମୂତାବକ, ଏଜେଣ୍ଟ ଜଣକ ମହିଳାଙ୍କୁ ହାଉସ କିପିଙ୍ଗ୍ ଚାକିରି ଦେବା କହି କୁଏତ ନେଇଥିଲା । ଏପରିକି ଦରମା ୩୦ ହଜାର ମଧ୍ୟ କହିଥିଲା । କିନ୍ତୁ ସେଠାରେ ପହଂଚିବା ପରେ ଓଲଟା ହୋଇଥିଲା ବୀଣାଙ୍କ ସହ । କୁଏତରେ ବୀଣାଙ୍କ ସହ ମାରପିଟ୍ କରିବା ସହ ଗୋଟିଏ ଘରେ ବନ୍ଦ କରି ରଖାଯାଉଥିଲା ।

ଏହା ସହ ପଢନ୍ତୁ ଗୋଟିଏ ଦୁର୍ଘଟଣା, ବଢୁଥିବା ଓଜନ ଆଉ ତା ପରେ ହାର୍ଟ ଫେଲ୍ . . . ଏମିତି କଟିଥିଲା ଅମଜଦଙ୍କ ଶେଷ ଜୀବନ

ନିଜ ଝିଅ ପାଇଁ ଚିନ୍ତିତ ଥିବା ବୀଣାଙ୍କ ପରିବାର ଏନେଇ ଗୁହାରୀ କରିବା ତୁରନ୍ତ ଆକ୍ସନ ନେଇଥିଲେ ସନ୍ନି ଦେଓଲ । ଆଉ ମହିଳାଙ୍କୁ ଭାରତ ଫେରାଇ ଆଣିବା ପାଇଁ ଡିଷ୍ଟ୍ରିକ୍ଟ ଲିଗାଲ୍ ସର୍ଭିସ୍ ଅଥରିଟି ଏବଂ କୁଏତ ଓ କାନାଡାର ଦୁଇଟି ଏନଜିଓର ସାହଯ୍ୟ ନେଇଥିଲେ । ଶେଷରେ ଫଳପ୍ରଦ ହେଲା ସନ୍ନିଙ୍କ ପରିଶ୍ରମ । ଆଉ ୨୬ ଜୁଲାଇରେ ଭାରତ ଫେରିଲେ ବୀଣା । ଅନ୍ୟପଟେ ସନ୍ନିଙ୍କ ପାଇଁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.