ସଲମାନ ଓ କ୍ୟାଟ୍ରିନାଙ୍କ ଟାଇଗର-୩ ପୋଷ୍ଟର ରିଲିଜ୍‌, ଏଥର ଇଦ୍‌ ନୁହେଁ ଦୀପାବଳିରେ କରିବେ ଧମାଲ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ କାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’କୁ ଦର୍ଶକମନେ ବହୁତ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟାଇ ଏହି ଫିଲ୍ମର ନିର୍ମାତା ସଂସ୍ଥା ଏହାର ପୋଷ୍ଟର ଏବଂ ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି।

ଏହା ଭିତରେ କାଟ୍ରିନା କୈଫ୍‌ ନିଜର ଅଫିସିଆଲ ଇଷ୍ଟାଗ୍ରାମ ଆକାଉଣ୍ଟରେ ଟାଇଗର-୩ ପୋଷ୍ଟର ସେୟାର କରିଛନ୍ତି। ଏହା ସହିତ ଟାଇଗର-୩ ର ରିଲିଜ୍‌ ଡେଟ୍‌ ମଧ୍ୟ ସ୍ଥିର ହୋଇଯାଇଛି। ଏହି ସିନେମା ଆଗାମୀ ଦୀପାବଳୀରେ ରିଲିଜ୍‌ କରିବାରେ ନିର୍ମାଣକାରୀ ସଂସ୍ଥା ଲକ୍ଷ୍ୟ ରଖିଛି। ‘ବ୍ୟାଣ୍ଡ ବାଜା ବରାତ୍‌’ ର ନିର୍ଦ୍ଦେଶକ ମନିଷ ଶର୍ମା ଏହାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି। ସଲମାନ ଏବଂ କାଟ୍ରିନାଙ୍କ ଏହି ଫିଲ୍ମ ହିନ୍ଦୀ ଭାଷା ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ କରାଯିବ।

 

 

View this post on Instagram

 

A post shared by Katrina Kaif (@katrinakaif)

ସଲମାନ ମଧ୍ୟ ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଫିଲ୍ମ ପୋଷ୍ଟର ସେୟାର କରିଛନ୍ତି। ଟାଇଗର-୩ ର ରିଲିଜ୍‌ ଡେଟ୍‌ ୨୦୨୩ ବୋଲି କହିଛନ୍ତି। ଏହା ପୂର୍ବରୁ ‘ଟାଇଗର-୩ ର ରିଲିଜ୍‌ ଡେଟ୍‌ ଆସନ୍ତା ବର୍ଷ ଇଦ୍‌ରେ ହେବ ବୋଲି କୁହାଯାଇଥିଲା। ପରେ ନିର୍ମାଣକାରୀ ସଂସ୍ଥା ଏହାକୁ ଆସନ୍ତା ବର୍ଷ ଦୀପାବଳିକୁ ଘୁଞ୍ଚାଇଛନ୍ତି।

ଯଦି ଫିଲ୍ମର ପ୍ରଥମ ପୋଷ୍ଟର କଥା କହିବା ତେବେ ସେଥିରେ ସଲମାନଙ୍କ ଆଖି ଏବଂ ଅଧା ଚେହେରା ଥିଲା। ଯେତେବେଳେ ସଲମାନଙ୍କ ଚେହେରା ନଜର ଆସିଲା ସେତେବେଳେ ସୋସିଆଲ ମିଡିଆରେ ଦର୍ଶକମାନଙ୍କ ଭିତରେ ସଲମାନଙ୍କ ପ୍ରତି ଥିବା ଭଲପାଇବା ବାରି ହୋଇ ପଡୁଥିଲା। ସଲମାନ ଖାନଙ୍କ ଫିଲ୍ମ ଗତ କିଛି ବର୍ଷ ହେବ ସେତେଟା ଦର୍ଶକଙ୍କ ଆଦୃତି ପାଇନାହିଁ। କିନ୍ତୁ ‘‘ଟାଇଗର-୩’’ କୁ ନେଇ ସଂସ୍ଥା ବହୁତ ଆଶାବାଦୀ ଅଛି। ଏହା ଫ୍ୟାନ୍ସଙ୍କ ଉତ୍ସାହ ଦେଖିଲେ ଜଣା ପଡୁଛି। ଏହି ଫିଲ୍ମରେ ସଲମାନ ଏବଂ କାଟ୍ରିନାଙ୍କ ବ୍ୟତୀତ ଇମ୍ରାନ ହାସ୍‌ମି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଆସୁଛନ୍ତି।

ଏହି ସିନେମାର ପ୍ରଥମ ଭାଗ ‘ଏକ ଥା ଟାଇଗର’ ୨୦୧୨ ରେ ରିଲିଜ୍‌ ହୋଇଥିଲା ଏବଂ ପରେ ‘ଟାଇଗର ଜିନ୍ଦା ହେ’ ୨୦୧୭ ମସିହାରେ ରିଲିଜ୍‌ ହୋଇଥିଲା। ପୁଣି ଏବେ ଆଉ ଥରେ ଦର୍ଶକମାନେ ଟାଇଗର ଓ ଜୋୟା ଯୋଡ଼ିକୁ ପରଦା ଉପରେ ଦେଖିବାକୁ ପାଇବେ। ଯାହା ପାଇଁ ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମର ଉତ୍ସୁକତାକୁ ଦେଖି ଏହା କହିଲେ ଭୁଲ ହେବ ନାହିଁ ଯେ,‘ଟାଗର-୩’ ଆଗାମୀ ଦୀପାବଳିରେ ବକ୍ସ ଅଫିସରେ ଧମାଲ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.