ସୁଶାନ୍ତଙ୍କ ବାପା ରିୟାଙ୍କୁ କରିଥିଲେ ଏକାଧିକ ମେସେଜ୍‌, ମାତ୍ର ମିଳିନଥିଲା ଗୋଟିଏ ବି ଜବାବ; ସାମ୍ନାକୁ ଆସିଲା ପୂରା ଚାଟ୍‌

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ଅଭିଯୋଗ କରିବା ପରେ ଏବେ ସମସ୍ତଙ୍କ ନଜର ରିୟାଙ୍କ ଉପରେ। ଏବେ ଇଡି ରିୟା ଓ ତାଙ୍କ ପୂରା ପରିବାରକୁ ପଚରାଉଚରା କରୁଛି। ଏବେ ଏହି ମାମଲାରେ ଏକ ନୂଆ କଥା ସାମ୍ନାକୁ ଆସିଛି। କୁହାଯାଉଛି ଯେ ସୁଶାନ୍ତଙ୍କ ହାଲଚାଲ ପଚାରିବାକୁ ତାଙ୍କ ବାପା ରିୟାଙ୍କୁ କଲ ଓ ମେସେଜ୍‌ କରିବାକୁ ଚେଷ୍ଟା କରୁଥିଲେ।

Sushant Singh Rajput's Father KK Singh's UNSEEN Chats With Rhea ...

୨୦୧୯ ମସିହା ନଭେମ୍ବର ମାସରେ ସୁଶାନ୍ତଙ୍କ ବାପା କେକେ ସିଂହ ତାଙ୍କ ହାଲ୍‌ଚାଲ ପଚାରିବାକୁ ରିୟା ଚକ୍ରବର୍ତ୍ତୀ ଓ ମ୍ୟାନେଜର ଶ୍ରୁତି ମୋଦିଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର କେହି ବି କୌଣସି ଉତ୍ତର ଦେଇନଥିଲେ। ଏବେ କେକେ ସିଂହଙ୍କ ମେସେଜ୍‌ ସାମ୍ନାକୁ ଆସିଛି।

sus

୭୪ ବର୍ଷୀୟ କେ କେ ସିଂହ ମେସେଜ୍‌ରେ ଲେଖିଛନ୍ତି ‘ମୁଁ ସୁଶାନ୍ତଙ୍କ ବାପା ବୋଲି ଜାଣିବା ପରେ ତୁମେ ମୋ ସହ କଥା କାହିଁକି ହେଉନ। କଥା କ’ଣ। ସାଙ୍ଗ ହୋଇ ତାର ଯତ୍ନ ନେଉଛ ଚିକିତ୍ସା କରୁଛ। ତ ମୋର ବି ଦାୟିତ୍ୱ ଯେ ମୁଁ ମୋ ପୁଅ ବିଷୟରେ ସମସ୍ତ କଥା ଜାଣିବା ଦରକାର। ଏଣୁ ମୋତେ କଲ କରି ସବୁ ସୂଚନା ଦିଅ’।

କେବଳ ରିୟାଙ୍କୁ ନୁହେଁ କେକେ ସିଂହ ସୁଶାନ୍ତଙ୍କ ମ୍ୟାନେଜରଙ୍କୁ ବି ସୁଶାନ୍ତଙ୍କୁ ମୁମ୍ବାଇ ଆଣିବାକୁ ଅନୁରୋଧ କରିଥିଲେ। ମାତ୍ର କେହି ବି ତାଙ୍କ ଉତ୍ତର ଦେଇନଥିଲେ। ଏବେ କେକେ ସିଂହଙ୍କ ଏହି ମେସେଜ୍‌ ଭାଇରାଲ ହେବା ପରେ ମାମଲା ଆହୁରି ଜଟିଳ ହୋଇପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.