ରିୟା ଚକ୍ରବର୍ତ୍ତୀଙ୍କ ନାଁରେ FIR ଦେଲେ ସୁଶାନ୍ତଙ୍କ ବାପା, କହିଲେ ‘ସେ ହିଁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛି’

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ପାଟନାର ରାଜୀବ ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ। ସେ ଅଭିଯୋଗ କରିଛନ୍ତି ଯେ ରିୟା ସୁଶାନ୍ତଙ୍କ ଠାରୁ ରୀତିମତ ଟଙ୍କା ନେବା ସହ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିଲେ। ସୁଶାନ୍ତ ଓ ରିୟା ପରସ୍ପରକୁ ଗତ କିଛି ଦିନ ହେଲା ଡେଟ୍‌ କରିଆସୁଥିଲେ। ତେବେ ଏହି ମାମଲାରେ ପାଟନା ପୋଲିସ ମୁମ୍ବାଇ ତଦନ୍ତକାରୀ ଟିମ୍‌ର ଡିସିପିଙ୍କୁ ଭେଟିଥିବା ଜଣାଯାଇଛି।

Sushant Singh Rajput's Father Registers FIR Against Rhea ...

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା ଏନେଇ କୌଣସି ମାମଲା ଜୁନ୍‌ ମାସରେ ରୁଜୁ କରିନଥିଲେ। ଏବେ ମାସେ ପରେ ହଠାତ୍‌ ପାଟନାରେ ଅଭିଯୋଗ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡଙ୍କ ନାଁରେ ଅଭିଯୋଗ କରିବା ପରେ ମାମଲା ଆହୁରି ସରଗରମ ହୋଇଛି।

Rhea Chakraborty gets rape-murder threats on Instagram, Mumbai ...

ପ୍ରକାଶ ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ବାହାର କରିବା ପରେ ଜଣାଯାଇଥିଲା ସୁଶାନ୍ତଙ୍କ ବ୍ୟତୀତ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚର୍କବର୍ତ୍ତୀ ମଧ୍ୟ ତାଙ୍କ କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡ ବ୍ୟବହାର କରୁଥିଲେ। ଗତ ୧୧ ମାସ ହେବ ରିୟା ସୁଶାନ୍ତଙ୍କ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ସପିଂ କରୁଥିବା ଜଣାଯାଇଛି। ଗତ ବର୍ଷ ରିୟା ୟୁରୋପ ଗସ୍ତରେ ଯାଇଥିବା ବେଳେ ତାଙ୍କର ସମସ୍ତ ଖର୍ଚ୍ଚ ମଧ୍ୟ ସୁଶାନ୍ତ ଉଠାଇଥିଲେ। ସେହିପରି ରିୟାଙ୍କୁ ଉଭୟ କାର୍ଡର ପିନ୍‌ କୋଡ୍‌ ଓ ପାସ୍‌ ଓ୍ଵାର୍ଡ ମଧ୍ୟ ଜଣାଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.