Below header

ଇଡି ହାତରେ ନୂଆ ତଥ୍ୟ, ଅଙ୍କିତା ଲୋଖଣ୍ଡେ ରହୁଥିବା ୪.୫ କୋଟିର ଫ୍ଲାଟ୍‌ ପାଇଁ ସୁଶାନ୍ତ ସିଂହ ଦେଉଥିଲେ ଇଏମ୍‌ଆଇ

ମୁମ୍ବାଇ : ସୁଶାନ୍ତ ସିଂହଙ୍କ ଡେଥ୍‌ ମିଷ୍ଟ୍ରି ଦିନକୁ ଦିନ ନୂଆ ଦିଗକୁ ଗତି କରୁଛି । ସୁଶାନ୍ତ ସିଂହଙ୍କ ୧୫ କୋଟିର ଆର୍ଥିକ ଦିଗର ଯାଞ୍ଚ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଲାଗିଛି ଏମିତି କିଛି ତଥ୍ୟ । ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେ ରହୁଥିବା ସାଢ଼େ ୪ କୋଟିର ଫ୍ଲାଟ୍‌ର ଇଏମ୍‌ଆଇ ଆଜି ପର୍ଯ୍ୟନ୍ତ ଦେଉଥିଲେ ସୁଶାନ୍ତ ସିଂହ । ଅଙ୍କିତା ହେଉଛନ୍ତି ସୁଶାନ୍ତଙ୍କ ଗାର୍ଲ ଫ୍ରେଣ୍ଡ୍‌ ।

ankita-0

ଟିଭି ସିରିୟଲ୍‌ ‘ପବିତ୍ର ରିସ୍ତା’ରୁ ଉଭୟଙ୍କର ଆରମ୍ଭ ହୋଇଥିଲା ରିସ୍ତା । ତେବେ ଏହି ସମ୍ପର୍କ ସ୍ଥାୟୀ ରିସ୍ତାରେ ପରିବର୍ତ୍ତନ ହେବା ପୂର୍ବରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଦୀର୍ଘ ୬ ବର୍ଷର ଡେଟିଂ ପରେ ଉଭୟ ୨୦୧୬ ମସିହାରେ ଅଲଗା ହୋଇଯାଇଥିଲେ । ସେହି ସମୟରେ ଏହି ଫ୍ଲାଟ୍‌ ଅଙ୍କିତାଙ୍କ ପାଇଁ କିଣିଥିଲେ ସୁଶାନ୍ତ । ଏବେ ଆଉ ଅଳ୍ପ କିଛି ଇଏମ୍‌ଆଇ ବାକି ଥିବା ଜଣାଯାଇଛି ।

ରିୟା ଚକ୍ରବର୍ତ୍ତୀ ମଧ୍ୟ ଇଡି ଆଗରେ ଏହି ସୂଚନା ଦେଇଛନ୍ତି । ତେବେ ଫ୍ଲାଟ୍‌ କିଣିବା ବେଳେ କେତେ ଟଙ୍କା ଦିଆଯାଇଛି ତାହାର ସୂଚନା ଏପର୍ଯ୍ୟନ୍ତ ଇଡିର ହସ୍ତଗତ ହୋଇନାହିଁ । ଇଡି ଅର୍ଥ ଦେଣ ନେଣର ସମସ୍ତ ଦିଗକୁ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.