ବାପାଙ୍କ ଗୀତ ‘ଓଲେ ଓଲେ’ ଗୀତ ଶୁଣି ଗାଈର ମାଲିକକୁ ତୈମୁର କହିଲେ ଆଉ ବଜାଅ, ଦେଖନ୍ତୁ ଭିଡିଓ

ସୈଫ ଏବଂ କରୀନାଙ୍କ ପୁଅ ତଥା ଷ୍ଟାର କିଡ ତୈମୁର ଅଲୀ ଖାନ୍ ନିଜର କ୍ଯୁଟନେସ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ତୈମୁର ଏମିତି ଜଣେ ଷ୍ଟାର କିଡ ଯାହାଙ୍କ ଫଟୋ ଏବଂ ଭିଡିଓ ଜନ୍ମ ହେବା ଦିନରୁ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ। ତୈମୁର ଘରୁ ବାହାରନ୍ତୁ କିମ୍ବା ବାପା ମା’ଙ୍କ ସଙ୍ଗେ ବାହାରକୁ ଯେଉଁଆଡେ ବି ଯାଆନ୍ତୁ ପାପାରାଜି ତାଙ୍କ ପଛରେ ଗୋଡାଇ ଥାଆନ୍ତି।

ଏବେ ଠିକ୍ ଏମିତି ଏକ ଭିଡିଓ ତୈମୁରଙ୍କ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଭିଡିଓରେ ତୈମୁର ନିଜ ଘର ଗେଟ ପାଖରେ ଠିଆ ହୋଇ ଗାଈକୁ ଖାଇବାକୁ ଦେଉଥିବା ନଜର ଆସିଛନ୍ତି। ଏହି ଭିଡିଓକୁ କରୀନାଙ୍କ ଫ୍ଯାନପେଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଖୁବ ପସନ୍ଦ ମଧ୍ୟ କରାଯାଉଛି। ଭିଡିଓରେ ଗାଈର ମାଲିକ ତୈମୁରଙ୍କ ପାଇଁ ତାଙ୍କ ବାପାଙ୍କ ଫିଲ୍ମର ଜଣାଶୁଣା ଗୀତ ‘ଓଲେ ଓଲେ’ ବଜାଉଥିବା ଦେଖିବାକୁ ମିଳିଛି। ଭିଡିଓରେ ଶୁଣିବାକୁ ମିଳିଛି ଯେ, ଯେତେବେଳେ ଗାଈର ମାଲିକ ଗୀତ ବଜାଇବା ବନ୍ଦ କରିଦେଉଛନ୍ତି, ସେତେବେଳେ ତୈମୁର କହୁଛନ୍ତି, ଆଉ ବଜାଅ ବୋଲି କହୁଛନ୍ତି। ତୈମୁରଙ୍କ ଏପରି ଅନ୍ଦାଜ ଦେଖି ସମସ୍ତେ ଫଟୋ ଓ ଭିଡିଓ ନେବା ଆରମ୍ଭ କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.