‘ଟାଟୁ ଓ୍ଵାଲି ଦ୍ରୌପଦୀ, ସିକ୍ସ ପ୍ୟାକ୍‌ ଓ୍ଵାଲେ ପାଣ୍ଡବ’: ଏକତା କପୁରଙ୍କ ‘ମହାଭାରତ’ ଉପରେ ଏମିତି ମନ୍ତବ୍ୟ ଦେଲେ ମୁକେଶ ଖନ୍ନା

ରବି ଚୋପ୍ରାଙ୍କ ନିର୍ଦ୍ଦେଶିତ ଟିଭି ଧାରାବାହିକ ‘ମହାଭାରତ’ର ପ୍ରଥମ ଏପିସୋଡ୍‌ ଗତ ଅକ୍ଟୋବର ୨ରେ ପ୍ରସାରିତ ହୋଇଥିଲା। ଏହି ଶୋ’ରେ ଅଭିନେତା ମୁକେଶ ଖନ୍ନା ଭୀଷ୍ମ ପୀତାମହ ଚରିତ୍ରରେ ଅଭିନୟ କରିଥିଲେ। ମହାଭାରତ ଏମିତି ଲୋକପ୍ରିୟତା ହାସଲ କରିଥିଲା କି ଶୋ’କୁ କେତେଥର ରିମେକ୍‌ କରିବାକୁ ପଡ଼ିଥିଲା।

ତେବେ ଏଥର କିଛି ଅଲଗା ଅନ୍ଦାଜରେ ଏହା ସାମ୍ନାକୁ ଆସିଥିଲା। ମୁକେଶ କିଛି ଦିନ ତଳେ ନିଜ ଫେସବୁକ୍‌ ପେଜରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଏକତା କପୁରଙ୍କୁ କହୁଛନ୍ତିି, ଏକତା ମହାଭାରତକୁ ଅତ୍ୟାଧୁନିକ କରିଦେଇଛନ୍ତି। ଭିଡିଓରେ ଦେଖାଯାଇଛି କି, ମୁକେଶ ମହାଭାରତ କାହାଣୀର ପରିବର୍ତ୍ତନ ଏବଂ କେତେକ ଜିନିଷକୁ ଅଧିକରୁ ଅଧିକ ଆଧୁନିକ କରିଥିବାରୁ ଏକତାଙ୍କୁ ଘେରିଛନ୍ତି।

ଏହାସହ ପଢ଼ନ୍ତୁ: ମେକଅପ୍‌ ରୁମରେ ସାଂସଦ ନୁସରତ ଜହାଁ ଗାଇଲେ ‘ଦଗାବାଜ ରେ…’, ଟିକ୍‌ ଟକ୍‌ରେ ଭିଡିଓ ହେଲା ଭାଇରାଲ

ସେ କହୁଛନ୍ତି ଯେ, ‘ମୁଁ ଅନେକ ଦିନ ପୂର୍ବରୁ ଏକତାଙ୍କୁ କହିଦେଇଥିଲି କି ତୁମ ମହାଭାରତ ଚାଲିବନି। ସେ ଦ୍ରୌପଦୀଙ୍କର ଟାଟୁ ଲଗାଇଦେଇଛନ୍ତି ଏବଂ ପାଣ୍ଡବଙ୍କର ସିକ୍ସ ପ୍ୟାକ୍‌ ରହିଛି। ମୁକେଶ ଆହୁରି ମଧ୍ୟ କହୁଥିବାର ଶୁଣାଯାଉଛି, ସେ ୧୫ଟି ଫିଲ୍ମର ହିରୋ ଥିଲେ। ଏହାସତ୍ତ୍ୱେ ତାଙ୍କୁ ଏଥିପାଇଁ ମୁକୁଟ ପିନ୍ଧି ଅଡିସନ୍‌ ଦେବାକୁ ପଡ଼ିଥିଲା। ଏକତା କେବଳ ଲୋକପ୍ରିୟ କଳାକାରଙ୍କୁ ନେଇଥିଲେ ଏବଂ ମନଇଚ୍ଛା ରଚିତ୍ର ଧରାଇଦେଇଥିଲେ। ଏହି ଶୋ’ ଆଜିର ପିଢ଼ିଙ୍କୁ ପସନ୍ଦ ଆସିବ, କିନ୍ତୁ ହିନ୍ଦୁ, ଆମର ସଂସ୍କୃତିପ୍ରେମୀଙ୍କୁ କେବେ ବି ପସନ୍ଦ ଆସିବନି। ଯଦି ଆପଣ ମହାଭାରତ କ’ଣ ଜାଣିଥିବେ, ତା’ହେଲେ ଶୋ’ର ସିକ୍ୱେନ୍ସ ଦେଖିଲେ ଆପଣଙ୍କୁ ସବୁ ଜଣାପଡ଼ିଯିବ ବୋଲି ମୁକେଶ କହିଥିଲେ।