କ୍ରସର ୟୁନିଟ ଉପରେ ପୋଲିସର ଚଢାଉ, ୫ଟି ଟ୍ରାକ୍ଟର ଓ ୩ଟି ବାଇକ୍ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ବ୍ରହ୍ମପୁର(କେନ୍ୟୁଜ): ବ୍ରହ୍ମପୁର ଉପକଣ୍ଠ ମହୁଡାରେ ଦୀର୍ଘ ଦିନ ଧରି ଚାଲିଥିବା ଏକ କ୍ରସର ୟୁନିଟ ଉପରେ ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ପାଞ୍ଚ ଗୋଟି ଟ୍ରାକ୍ଟର ଓ ତିନି ଗୋଟି ବାଇକ୍ ଜବତ କରାଯାଇଛି । ଏହି ଘଟଣାରେ ବାର ଜଣଙ୍କୁ ଗିରଫ କରାଯାଇଛି । ବ୍ରହ୍ମପୁର ଉପକଣ୍ଠ ମହୁଡା କ୍ରସର ୟୁନିଟ ଚାଲିଥିବା ବେଳେ ସେହି ନିକଟରେ ମହାନଗର ନିଗମ ବର୍ଜ୍ୟବସ୍ତୁ ପରିଚାଳନା କରିବା ପାଇଁ ସ୍ଥାନ ନିରୂପଣ କରାଯାଇଥିଲା । ତେବେ କ୍ରସର ଯୋଗୁଁ ଏହା ହୋଇ ପାରୁନଥିଲା । ଏହି ସଂପର୍କ ରେ ବିଏମସି ପକ୍ଷରୁ STF ନିକଟରେ ନିବେଦନ କରାଯାଇଥିଲା ଏବଂ STFଙ୍କ ନିର୍ଦେଶ କ୍ରମେ ଏସଡିପିଓ ଆଇଆଇସିଙ୍କ ସମେତ ସଦଳବଳେ ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା । ଏଏସପିକେ ମିଶ୍ର ଜବତ ପରେ ଅନୁଧ୍ୟାନ କରିଛନ୍ତି । ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି, ଲୋକ ଭୟଭୀତ ହେଲା ପରି ପାହାଡ ବିସ୍ପୋରଣ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହି ଚଢାଉ ଅନେକଙ୍କ ମନରେ ଭୟ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.