Below header

କୋରିଆନ୍‌ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅନୁଷ୍କା ସେନ୍‌, ଖୁବ୍‌ଶୀଘ୍ର ଫିଲ୍ମ ଓ ଶୋ’ରେ ଆସିବେ ନଜର

କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍‌ ଏବେ ଚର୍ଚ୍ଚାରେ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋୟର୍ସ ସଂଖ୍ୟା ୩୪ ମିଲିୟନ୍‌ରୁ ବି ଅଧିକ। ତେବେ ଅନୁଷ୍କାଙ୍କୁ ନେଇ ଏକ ଖବର ଏବେ ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଏବେ ଭାରତୀୟ ସିନେମା ଛାଡ଼ି କୋରିଆନ୍‌ ସିନେମା ଜଗତରେ ଏଣ୍ଟ୍ରି କରିବେ ଅନୁଷ୍କା ସେନ୍‌। ଅନୁଷ୍କା କୋରିଆନ୍‌ ସିରିଜ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର କୋରିଆନ୍‌ ଶୋ’ରେ ନଜର ଆସିବେ।

 

View this post on Instagram

 

A post shared by Anushka Sen (@anushkasen0408)

ନିକଟରେ ଏକ ଇଣ୍ଟରଭ୍ୟୁରେ ଏ ନେଇ ଖୁଲାସା କରିଛନ୍ତି ଅନୁଷ୍କା ସେନ୍‌। ସେ କହିଛନ୍ତି, ମୁଁ ଏକ କୋରିଆନ୍‌ ଏଜେନ୍ସି ସହ କାମ କରିବାକୁ ଖୁବ୍‌ ଉତ୍ସାହିତ ଅଛି। ମୁଁ ଏକ କୋରିଆ ୱେବ୍‌ ଶୋ’ ଓ ଫିଲ୍ମ କରିବାକୁ ଯାଉଛି। ଏହି ବଷଁ ମୋ ପାଇଁ ପୂରା ଭିନ୍ନ ରହିବ। ଭାରତ ଓ କୋରିଆ ମଧ୍ୟରେ ଅନେକ କଣ୍ଟେଣ୍ଟ ଆଦାନ ପ୍ରଦାନ ହେଉଛି। ଆମେ ତାଙ୍କ କେ-ଡ୍ରାମା ଓ କେ-ପପ୍‌କୁ ପସନ୍ଦ କରୁଛୁ। ସେମାନେ ବି ଆମ ସିନେମା ଓ ସଂସ୍କୃତିକୁ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Anushka Sen (@anushkasen0408)

ଅନୁଷ୍କା କହିଛନ୍ତି, କୋରିଆରେ ବି ମୋର ଅନେକ ଫ୍ୟାନ୍‌ ଅଛନ୍ତି। ମୁଁ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ମୁଁ ମୋ ଫ୍ୟାନ୍‌ଙ୍କୁ ବହୁତ ଭଲ ପାଏ ଓ ମୁଁ ଆଜି ଯାହା ବି ଅଛି କେବଳ ସେମାନଙ୍କ ପାଇଁ ହିଁ ବୋଲି କହିଛନ୍ତି ଅନୁଷ୍କା ସେନ୍‌।

ପ୍ରକାଶ ଯେ ଅନୁଷ୍କାଙ୍କୁ ଏବେ ମାତ୍ର ୧୯ ବର୍ଷ। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ, ୱେବ୍‌ ସିରିଜ୍‌ ଓ ମ୍ୟୁଜିକ ଭିଡିଓରେ କାମ କରିଛନ୍ତି।

Also Read: ପଣା ସଂକ୍ରାନ୍ତି ଠାରୁ ହନୁମାନ ଜୟନ୍ତୀ ଯାଏଁ, ଏହି ସପ୍ତାହରେ ପଡ଼ୁଛି ଅନେକ ପର୍ବପର୍ବାଣୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.